ପାନମଧୁରୀର ବ୍ୟବହାର ସାଧାରଣତଃ ମସଲା କିମ୍ବା ମାଉଥ୍‌ ଫ୍ରେସନର୍‌ ଭାବେ କରାଯାଇଥାଏ । ଏହାବ୍ୟତୀତ ପାନମଧୁରୀ ଭୋଜନକୁ ହଜମ କରାଇବା ସହ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଥିରେ ଭିଟାମିନ୍‌, କ୍ୟାଲସିୟମ୍‌, ଫାଇବର, ଆଇରନ୍‌, ପୋଟାସିୟମ୍‌, ଜିଙ୍କ୍‌ ଓ ମ୍ୟାଗନେସିୟମ୍‌ ପରି ପୋଷକ ତତ୍ତ୍ୱ ଭରି ରହିଛି, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହା ଶରୀରକୁ ଥଣ୍ଡା ରଖିବା ସହ ପେଟକୁ ଶାନ୍ତ ରଖିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ଚାଲନ୍ତୁ ଦେଖିବା ଗରମରେ ପାନମଧୁରୀ ଖାଇବାର ଫାଇଦା । 

ଶରୀରକୁ ଥଣ୍ଡା ରଖେ

ଗରମ ଦିନେ ପାନମଧୁରୀ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଏହାବ୍ୟତୀତ ପାନମଧୁରୀରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ନିୟମିତ ପାନମଧୁରୀ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିବା ସହ ରକ୍ତ ସଫା ହୋଇଥାଏ । 

ପାଚନ ତନ୍ତ୍ର ସୁସ୍ଥ ରହେ

ଗରମ ଦିନେ ସାଧାରଣତଃ ପାଚନ ତନ୍ତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ତେଣୁ ପାନମଧୁରୀ ଖାଇବା ସ୍ୱାସ୍ଥ୍ୟପ୍ରଦ । ଏଥିରେ ଥିବା ଫାଇବର ପାଚନ କ୍ରିୟାକୁ ତୀବ୍ର କରିବା ସହ ପେଟ ସଫା ରଖିଥାଏ । 

ବଢାଏ ରୋଗ ପ୍ରତିରୋଧକ ଶକ୍ତି 

ପାନମଧୁରୀରେ ପ୍ରଚୁର ମାତ୍ରାରେ ଭିଟାମିନ୍‌-ସି ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାବ୍ୟତୀତ ଏଥିରେ ଆଣ୍ଟି-ବ୍ୟାକ୍ଟିରିଆଲ୍‌ ଗୁଣ ମଧ୍ୟ ରହିଥାଏ, ଯାହା ସଂକ୍ରମଣ ଓ ଭାଇରସଠାରୁ ଦୂରେଇ ରଖେ । ରକ୍ତଚାପ ନିୟନ୍ତ୍ରିତ କରେ ଏଥିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରିତ କରେ । ଏହାକୁ ନିୟମିତ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍‌ ରହେ ।