ନ୍ୟୁୟର୍କ, ୦୭/୦୬: ଆଗାମୀ ବିଶ୍ୱକପ୍ ପାଇଁ ଫିଫା ଦର୍ଶକଙ୍କ ପାଇଁ ଏକ କଠୋର ନିୟମ ଲାଗୁ କରିଥିଲା । ଷ୍ଟାଡ଼ିୟମ୍ ଭିତରକୁ ପାଣି ବୋତଲ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଫିଫା । ମାତ୍ର ଦର୍ଶକଙ୍କ ଅସନ୍ତୋଷ ତେଜିବା ପରେ ଫିଫା ମୁଣ୍ଡ ନୁଆଁଇଛି । ପାଣି ବୋତଲ ନେଇ ଷ୍ଟାଡିୟମ୍ରେ ପ୍ରବେଶ କରିବାକୁ ମିଳିଛି ଅନୁମତି । ମାତ୍ର ଦର୍ଶକମାନେ କେବଳ ଠିପି ସିଲ୍ ଥିବା ପାଣି ବୋତଲ ନେଇ ପାରିବେ । ଜଣେ ଦର୍ଶକ କେବଳ ଗୋଟିଏ ପାଣି ବୋତଲ ନେଇ ଗ୍ରାଉଣ୍ଡରେ ପ୍ରବେଶ କରିପାରିବେ । ଏହି ବୋତଲରେ ୫୯୦ ମିଲି ଲିଟର ପାଣି ରହି ପାରିବ । ଆବଶ୍ୟକ ପଡ଼ିଲେ ଷ୍ଟାଡ଼ିୟମ୍ ଭିତରେ ନିଜ ନିଜ ବୋତଲରେ ପାଣି ଭରି ପାରିବେ ।
ଅଧିକ ପଢ଼ନ୍ତୁ :- French Open 2026: ଇତିହାସ ରଚିଲେ ରୁଷିଆର ୧୯ ବର୍ଷିୟା ମୀରା ଆନ୍ଦ୍ରିଭା, ମାଜା ଚ୍ୱାଲିନସ୍କାଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଚାମ୍ପିଅନ
ସୂଚନାଯୋଗ୍ୟ, ବିଶ୍ୱକପ୍ ସମୟରେ ଆମେରିକାରେ ଅସହ୍ୟ ଗରମ ଅନୁଭୂତ ହେବ । ତେଣୁ ପାଣି ବୋତଲ ନେଇ ଦର୍ଶକ ଗ୍ରାଉଣ୍ଡ ଭିତରେ ପ୍ରବେଶ କରିବା ପାଇଁ ପୂର୍ବରୁ ଅନୁମତି ମିଳି ସାରିଥିଲା । ହେଲେ ସପ୍ତାହେ ପୂର୍ବରୁ ଫିଫା ପାଣି ବୋତଲ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଫିଫା ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲା । ଦର୍ଶକଙ୍କଠୁ ଆରମ୍ଭ କରି ୟୁଏସଏର ଶାସକ ମହଲ ପର୍ଯ୍ୟନ୍ତ ଫିଫାର ଏହି ପାଣି ବୋତଲ ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ତୀବ୍ର ସମାଲୋଚନା କରାଯାଇଥିଲା ।