ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଫିଫା ୱାର୍ଲ୍ଡ କପ୍ ପାଇଁ ଇୟେ କେମିତିକା ପ୍ରସ୍ତୁତି, ବଳି ପଡ଼ିବେ ୩୦ ଲକ୍ଷ କୁକୁର !

Published By : Rasmita Pradhan | January 20, 2025 3:12 PM

ନୂଆଦିଲ୍ଲୀ, ୨୦/୦୧ : କ୍ରୁର ହେବାକୁ ଯାଉଛି ମୋରକ୍କୋ । ଫିଫା ବିଶ୍ଵକପ୍ ୨୦୩୦ ପାଇଁ ବଳି ପଡ଼ିବେ ଲକ୍ଷାଧିକ କୁକୁର। ସ୍ଵଚ୍ଛତା ଆଳରେ କଠୋର ହେବାକୁ ଯାଉଛି ମୋରକ୍କୋ। ବିଶ୍ଵକପ୍ ମେଗା ଇଭେଣ୍ଟ ପାଇଁ ଆରମ୍ଭ କରିସାରିଲାଣି ପ୍ରସ୍ତୁତି। ବୁଲା କୁକୁରଙ୍କୁ ବଳି ପକାଇବାକୁ ଯାଉଛନ୍ତି ମୋରକ୍କୋ ସରକାର।ଏପରି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରତିବାଦର ସ୍ଵର।

ମୋରକ୍କୋ, ସ୍ପେନ ଏବଂ ପର୍ତ୍ତୁଗାଲର ମିଳିତ ଆୟୋଜନରେ ଖେଳାଯିବ ଫିଫା ବିଶ୍ଵକପ୍ ୨୦୩୦। ମ୍ୟାଚ୍ ଦେଖିବାକୁ ବିଭିନ୍ନ ଦେଶ ବିଦେଶରୁ ଆସିବେ ଲକ୍ଷାଧିକ ଫ୍ୟାନ୍ସ। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ କଠୋର ନିଷ୍ପତ୍ତି ନେଇଛନ୍ତି ମୋରକ୍କୋ ସରକାର। ଅତିଥିଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ୩୦ ଲକ୍ଷ ବୁଲା କୁକୁରଙ୍କୁ ଅମାନବୀୟ ଭାବେ ହତ୍ୟା କରିବ ପ୍ରଶାସନ। ବୁଲା କୁକୁରଙ୍କୁ ମାରାତ୍ମକ ବିଷ ଦେଇ କିମ୍ଵା ଗୁଳି କରି ହତ୍ୟା କରିବାକୁ କରାଯାଇଛି ଯୋଜନା। କେବଳ ସେତିକି ନୁହେଁ ସେମାନଙ୍କୁ ଅତି ନୃଶଂସ ଭାବେ ଫାଉଡ଼ାରେ ପିଟିପିଟି ହତ୍ୟା କରିବାକୁ ମଧ୍ୟ ନିଆଯାଇଛି ନିଷ୍ପତ୍ତି। ତେବେ ଏହି ଖବର ଚର୍ଚ୍ଚାକୁ ଆସିବା ପରେ ଏହାକୁ ତୀବ୍ର ବିରୋଧ କରୁଛନ୍ତି ଆନିମଲ୍ ରାଇଟସ୍ ଆକ୍ଟିଭିଷ୍ଟ। ସେପଟେ ଏହି ଜଘନ୍ୟ ହତ୍ୟାକାଣ୍ଡ ଅଟକାଇବାକୁ ଫିଫା ମହାସଚିବଙ୍କୁ ଅପିଲ୍ କରିଛନ୍ତି ପଶୁ ସୁରକ୍ଷା ଅଧିକାର ଆଇନଜୀବୀ ଜୈନ ଗୁଡଲ। ଯଦି ମୋରକ୍କୋ ସରକାର ତାଙ୍କର ଏହି କ୍ରୁର ନିଷ୍ପତ୍ତି ନବଦଳାନ୍ତି ତାହେଲେ ତାଙ୍କ ଠାରୁ ଆୟୋଜନର ଅଧିକାର ପ୍ରତ୍ୟାହାର କରିବାକୁ କହିଛନ୍ତି ଜୈନ। 

ଏକ ରିପୋର୍ଟ ଅନୁସାରେ, ମୋରକ୍କୋରେ ବୁଲା କୁକୁରଙ୍କ ହତ୍ୟା ଉପରେ ରୋକ୍ ଲଗାଇବା ପାଇଁ ଆଇନ ରହିଛି, କିନ୍ତୁ ପ୍ରଶାସନ ଏହାକୁ ବେଆଇନ ଭାବେ କରୁଛି। ସେପଟେ କୁକୁର ହତ୍ୟା ରୋକି ଦେଇଥିବା ୨୦୨୪ ଅଗଷ୍ଟରେ ଫିଫାକୁ କହିଥିଲା ମୋରକ୍କୋ। ଏହାକୁ ଆଖି ବନ୍ଦ କରି ବିଶ୍ଵାସ କରୁଛି ଫିଫା। ଫୁଟବଲ ଗଭର୍ଣ୍ଣିଂ ବଡି ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ସେହିପରି ଫିଫା ମୋରକ୍କୋ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ବୋଲି ଆଉ କିଛି ରିପୋର୍ଟରେ ଦାବି କରାଯାଇଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.