ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୪ରେ ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହ : ଯୋଗଦେବେ ରାଷ୍ଟ୍ରପତି

Published By : Rasmita Pradhan | July 12, 2025 1:42 PM

ଭୁବନେଶ୍ୱର, ୧୨/୭ : ଆସନ୍ତା ଜୁଲାଇ ୧୪ ତାରିଖରେ ଭୁବନେଶ୍ଵରସ୍ଥିତ ଏମ୍ସରେ ପଞ୍ଚମ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ରାଜ୍ୟପାଳ ଡା. ହରିବାବୁ କମ୍ଭମ୍‌ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିବେ। 

ଏହି ଅବସରରେ ୬୪୩ ହେଲ୍ଥ‌ କେୟାର ପ୍ରଫେସନାଲଙ୍କୁ ଡିଗ୍ରୀ ଓ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯିବ। ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଏନେଇ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ୱାସ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଆଜି ଏମ୍ସ ପରିସରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଇଛି।

ସୂଚନା ମୁତାବକ, ରାଷ୍ଟ୍ରପତି ଆସନ୍ତା ୧୪ ତାରିଖ ସୋମବାର ଅପରାହ୍ନ ୫ଟା ୧୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ପାତ୍ରପଡା ସ୍ଥିତ ଏମ୍‌ସ୍‌ ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଠାରେ ଘଣ୍ଟାକର କାର୍ଯ୍ୟକ୍ରମ ପରେ ରାଜଭବନକୁ ଯିବେ। ୧୫ତାରିଖ ମଙ୍ଗଳବାର ଦିନ ୧୦ଟା ୫୦ ସୁଦ୍ଧା କଟକ ଆସି ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ରେଭେନ୍ସାରେ ପ୍ରାୟ ଘଣ୍ଟାଏ ରହିବେ। ପରେ ଦିନ ୧୨ଟା ୧୦ମିନିଟ୍‌ରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବେ। ସେଠାରେ ବିଦ୍ୟାଳୟରେ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେଠାରୁ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ ପାଇଁ କଟକ ସର୍କିଟ୍‌ ହାଉସ୍‌କୁ ଯିବେ। ଅପରାହ୍ନ ୩ଟା ୨୦ରୁ ସର୍କିଟ୍‌ ହାଉସ୍‌ରୁ ବାହାରି ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ପହଞ୍ଚି ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବେ। ପରେ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିଯିବେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.