ପଟ୍ଟାମୁଣ୍ଡାଇ: କ୍ରୀଡା ସାମଗ୍ରୀକୁ ନେଇ ଗଣ୍ଡଗୋଳ, ଗୁରୁତର ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ: କ୍ରୀଡା ସାମଗ୍ରୀ ବଣ୍ଟନକୁ ନେଇ ଗଣ୍ଡଗୋଳ । ଏପରି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୂଆଗାଁରେ । ଖେଳ ସାମଗ୍ରୀ କାହା ଘରେ ରହିବ ତାକୁ ନେଇ ପ୍ରଥମେ ବଚସା ହୋଇଥିଲା ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ଏହି ଗଣ୍ଡଗୋଳ ସମୟରେ ଜଣେ ଯୁବତୀଙ୍କ ପେଟରେ ଆଘାତ ଲାଗିଥିଲା । ଜଣେ ଯୁବକ କ୍ରିକେଟ୍ ଷ୍ଟମ୍ପରେ ମଞ୍ଜୁଳା ନାମକ ଯୁବତୀଙ୍କ ତଳିପେଟକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ତେବେ ମଞ୍ଜୁଳାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ କୁନା ମଳିକକୁ ଅଟକ ରଖି ପଚରା ଉଚରା କରୁଛି ପଟ୍ଟାମୁଣ୍ଡାଇ ପୋଲିସ ।