କଟକ,୨୦/୦୮: ରାଜ୍ୟ ଖାଉଟି କମିଶନରେ ସମସ୍ତ ଷ୍ଟେନୋ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ମଙ୍ଗଳବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ବିଚାରପତି ଏମଏସ ରମଣଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରି ଆସନ୍ତା ୬ମାସ ଭିତରେ ଖାଉଟି କମିଶନର ସମସ୍ତ ଷ୍ଟେନୋଗ୍ରାଫର ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟ ଖାଉଟି କମିଶନରେ ଦୀର୍ଘ ୮ମାସ ହେଲା ଷ୍ଟୋନୋ ପଦବୀ ଖାଲିପଡ଼ିଛି । ଯାହା ଫଳରେ ବିଚାରପତିଙ୍କୁ ଆର୍ଡର ଡାକିବାକୁ ସମସ୍ୟା ଉପୁଜୁଛି । ନେଇ ରାଜ୍ୟ ସରକାରଙ୍କୁ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା । ହେଲେ ସମସ୍ୟା ସମାଧାନ ହେଉନଥିଲା । ଯାହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ବିଚାରପତି ଏମଏସ ରମଣଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଆଜି ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ଭିତରେ ବିଭିନ୍ନ ଜିଲ୍ଲାରେ ଥିବା ସମସ୍ତ ଖାଉଟି ଅଦାଲତରେ ଷ୍ଟେନୋ ସହିତ ଅନ୍ୟ ସମସ୍ତ ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।