PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଫିଲ୍ମ ‘କୋକୋଲି’ ପ୍ରଦର୍ଶିତ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦ ନେକେଡ ଆଇ ପ୍ରଯୋଜିତ ଫିିଚର ଫିଲ୍ମ ‘କୋକୋଲି’ର ଆଜି ସ୍ୱତନ୍ତ୍ର ପ୍ରଦର୍ଶନୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ସିନେ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କ ଦ୍ୱାରା ପ୍ରସ୍ତୁତ ‘କୋକୋଲି’-ଫିସ୍‌ ଆଉଟ୍‌ ଅଫ୍‌ ୱାଟର୍‌ । ଏଥିରେ କୋକଲି ମାଛ ନୁହେଁ ବରଂ ସେହି ନାମରେ ଏକ ଚରିତ୍ର ଚିତ୍ରଣ କରାଯାଇ ଜଣେ ଝିଅ, ମା’, ପ୍ରେମୀ, ପରିବାର, ପରିବେଶ ସନ୍ତୁଳନର କଥାକୁ କୁହାଯାଇଛି । ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ମାଡ଼ି ଆସିବାର ଭୟକୁ ବି ଦେଖାଯାଇଛି । ଜଳ ଭିତରେ ଜୀବନ ଜିଉଁଥିବା ନୋଳିଆମାନଙ୍କ ଜୀବନୀ ଶୈଳୀକୁ ଅତି ପାଖରୁ ଦେଖାଯାଇଛି । ପୂରା କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ବର୍ଣ୍ଣନା ବହୁତ ଭଲ ହୋଇଛି । କଳାକାରମାନଙ୍କ ଅଭିନୟ ବି ଅତି ଚମତ୍କାର ହୋଇଛି । ତୃପ୍ତି ଦାସଙ୍କ କଣ୍ଠରେ ଗୀତଟି ଶ୍ରୁତି ମଧୁର ହୋଇଛି । ୧୨୩.୧୦ ମିନିଟ୍‌ ଅବଧିର ଏ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଗାର୍ଗୀ ମହାନ୍ତି, ଲିଙ୍କନ ପଟ୍ଟନାୟକ, ଭାସ୍ୱତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟମାନେ ଅଭିନୟ କରିଛନ୍ତି । କାହାଣୀ ସ୍ନେହାଶିଷ ଦାସ, ସମ୍ପାଦନା ପ୍ରଶାନ୍ତ ନାଏକ, କ୍ୟାମେରା ଶ୍ରୀକାନ୍ତ ପଟ୍ଟନାୟକ, ବ୍ୟାକ୍‌ଗ୍ରାଉଣ୍ଡ୍‌ ମ୍ୟୁଜିକ୍‌ ନଳିନୀକାନ୍ତ ପଟ୍ଟନାୟକ, ଶବ୍ଦ ସରୋଜ ରାଉଳ, କ୍ୟାମେରା ନନ୍‌ ଫିକ୍ସନ୍‌ ଅଶ୍ୱିନୀ କୁମାର ସାହୁ, ଆସୋସିଏଟ୍‌ସ ଗୀତା ଦାଶ, ସ୍ୱସ୍ତିକା ପଣ୍ଡା ଏବଂ କଲରିଷ୍ଟ ଜ୍ୟୋତି ପ୍ରକାଶ ଦାସ ବିଶେଷ ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀ ଉତ୍ସବରେ ସମସ୍ତ କଳାକାର ଉପସ୍ଥିତ ଥିଲେ ।