ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ପୁରୀରେ ହବିଷ୍ୟାଳୀ ବ୍ରତ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ ୧୪/୧୦  ଚଳିତ ମାସ ୧୮ ତାରିଖରୁ  ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ । ମା’ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ,ଅକ୍ଷୟ ପାତ୍ର, ବାଗେଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ରେ ରହି ବ୍ରତ ପାଳନ କରିବେ। ମା’ ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରାମର୍ଶ ଦେଇଛନ୍ତି।

 ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ।  ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ,ପ୍ରବଚନ ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଗତବର୍ଷ ର ଅଭିଜ୍ଞତା ଆଧାର ରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ହବିଷ୍ୟାଳୀ ମା’ ମାନଙ୍କ ର ମନ୍ଦିର ଦର୍ଶନକୁ ଶୃଙ୍ଖଳିତ କରିବା ସହ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବିଭାଗ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି। ପରସ୍ପର ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବା ସହ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ମା’ ମାନଙ୍କ ରହିବାର ୪ଟି ଯାକ ରହଣି ସ୍ଥଳ କୁ ପ୍ରସ୍ତୁତ କରାଯାଉଛି। ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା’ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ବେଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା,ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀ ମାନେ ଏହାର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଆବେଦନ କରିଥିବା ଯୋଗ୍ୟ ହବିଷ୍ୟାଳୀ ମା ମାନଙ୍କୁ ସେମାନଙ୍କ ପ୍ରଦତ୍ତ ମୋବାଇଲ ଓ ମେଲ ମାଧ୍ୟମରେ ସୂଚନା ଦିଆ ଯିବାର ବ୍ୟବସ୍ଥା ହୋଇଛି। 

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଵାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ସୁଶୀଲ କୁମାର ମିଶ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ସିଡିଏମଓ ଡା ରୂପଭାନୁ ମିଶ୍ର , ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝି,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ଏନ ଆଇ ସି ର ଡିଆଇଓ ବିଶ୍ୱନାଥ ପଣ୍ଡା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.