ପୁରୀ: ଚଳଚଞ୍ଚଳ ରଥ ଖଳା । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଦିନ ଯେତିକି ପାଖଉଛି, କାର୍ଯ୍ୟ ସେତିକି ଦ୍ରୁତଗତିରେ ହେଉଛି । ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ପରାମର୍ଶ କ୍ରମେ ମହାରଣା ମାନେ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥର ୧୨ ଟି ଦୁଆର ବେଢ଼ା ମଧ୍ୟରୁ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରଥରେ ପଟା ବାଡିଆ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ରୂପକାର ସେବକ ମାନେ ରୂପରେ ଅଳଙ୍କାର ପକା କାର୍ଯ୍ୟ ସହ ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି । କମାର ଶାଳରେ ଓଝା ସେବକ ମାନେ କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଚିତ୍ରକାର ଚାଳିରେ ରଙ୍ଗ କାର୍ଯ୍ୟ ଜାରି ରହିଛି ।