ନୂଆଦିଲ୍ଲୀ,୩୧/୦୧: ଆଜିଠୁ ଆରମ୍ଭ ହୋଇଛି ସଂସଦ ବଜେଟ୍ ଅଧିବେଶନ । ଆସନ୍ତାକାଲି (ଶନିବାର) ଅର୍ଥାତ ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ଉପସ୍ଥାପନ ହେବ । ଏହା ପୂର୍ବରୁ ବଜେଟ ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ବର୍ଷ ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଏହା ପରେ ଉଭୟ ଗୃହରେ ପୂର୍ବତମ ପ୍ରଧାନମନ୍ତ୍ରୀ ତଥା ସାଂସଦ ମନମୋହନ ସିଂହଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ବାଚସ୍ପତିଙ୍କ ଅନୁମତି ପରେ ଲୋକସଭାରେ ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଘରୋଇ ଅର୍ଥ ବ୍ୟବସ୍ଥା କିଭଳି ଥିଲା ତାହାକୁ ନେଇ ଏକ ମୂଲ୍ୟାୟନ ତଥ୍ୟା ସ୍ଥାନ ପାଇଛି । ଜିଡିପିରୁ ନେଇ ମହଙ୍ଗା ଯାଏ ତଥ୍ୟ ରହିଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୬.୩ % ମଧ୍ୟରେ ରହିବ ବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ଜିଡିପି ଅଭିବୃଦ୍ଧି ହାର କମିପାରେ । ରବି ଉତ୍ପାଦନ ଖାଦ୍ୟ ମୂଲ୍ୟକୁ ନିୟନ୍ତ୍ରଣ କରିବାର ସମ୍ଭାବନା ରହିଛି ।

ଚଳିତବର୍ଷ ୬.୪ ପ୍ରତିଶତ ହାରରେ ଅର୍ଥନୀତି ବଢିବ । ଗତବର୍ଷ ତୁଳନାରେ ୧.୮ ପ୍ରତିଶତ ଖସିଛି । ଆଗାମୀ ବର୍ଷ ଅର୍ଥନୀତି ସେଭଳି ଚମକପ୍ରଦ ହାରରେ ବଢିବା ସମ୍ଭାବନା କମ୍ । ତଥାପି ବିଶ୍ବର ସମାଗ୍ରିକ ଅଭିବୃଦ୍ଧି ତୁଳନାରେ ପାଖାପାଖି ୨ଗୁଣା ହାରରେ ବଢିବ ଭାରତର ଅର୍ଥନୀତି । ୬.୩ରୁ ୬.୮ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ ହୋଇପାରେ । ଖରିଫ ଉତ୍ପାଦନ ୮୯ ଲକ୍ଷ ଟନ୍ ବଢିଛି । ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତ, ସେବା ୭.୨ ପ୍ରତିଶତ ହାରରେ ବଢିବ । ମୁଣ୍ଡପିଛା ଆୟ ୨ ଲକ୍ଷ ଟଙ୍କା ଟପିଲା । ଖୁଚୁରା ମୁଦ୍ରାସ୍ପୀତି କମିଛି । ଆଗାମୀ ବର୍ଷ ୪% ରହିବ ।

ଏହା ବି ପଢନ୍ତୁ...'କାଶ୍ମୀରରେ ବିକାଶର ବାତାବରଣ, ବିଶ୍ବବନ୍ଧୁର ଛବି ମଜବୁତ କରିଛି ଭାରତ'

ଫେବୃଆରୀ ୧୩ ତାରିଖ ଯା ଚାଲିବ ବଜେଟ୍ ଅଧିବେଶନ । ଏହା ପରେ ମାର୍ଚ୍ଚ ୧୦ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୪ ଶେଷ ହେବ । ଅଧିବେଶନରେ ୧୬ଟି ବିଲ୍ ଆସିପାରେ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ କରିବେ ।  କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ । ଏହା ଅର୍ଥମନ୍ତ୍ରୀଙ୍କ ଲାଗାତାର ଅଷ୍ଟମ ବଜେଟ୍ ହେବ । କେମିତ ରହିବ ବଜେଟ୍ କେଉଁ ସେକ୍ଟରକୁ କେତେ ବ୍ୟୟ ବରାଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ଯାଏ ଉଭୟ ଗୃହ ମୁଲତବୀ ରହିଛି ।