ନୂଆଦିଲ୍ଲୀ,୦୧/୦୨:  ଆଉ ମାତ୍ର କିଛି ସମୟର ଅପେକ୍ଷା । ଆସିବ ଚଳିତ ବର୍ଷର ବଜେଟ୍ ।  ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ରାଜକୋଷର ହିସାବ ଦେବେ ନିର୍ମଳା । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟକୁ ମିଳିଛି  ଅନୁମୋଦନ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । 

ତେବେ ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ ନିର୍ମଳା ସୀତାରମଣ । ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କ ଅନୁମତି ମାଗିବା ସହ ତାଙ୍କୁ ଏକ ବଜେଟ୍ କପି ପ୍ରଦାନ କରିଥିଲେ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ପାରମ୍ପରିକ 'ବହି ଖାତା' ବଦଳରେ ଟ୍ୟାବରେ ବଜେଟ୍ ପଢିବେ । 

ଏହା ମଧ୍ୟ ପଢନ୍ତୁ- 

ବଜେଟ୍ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଥିଲେ ସୀତାରମଣ । ଏହାପରେ ନିର୍ମଳାଙ୍କୁ ଦହି-ଚିନି ଖୁଆଇ ମୁହଁ ମିଠା କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଭବନରୁ ସଂସଦ ଅଭିମୁଖେ ବାହାରି ଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଳିଛି ମଞ୍ଜୁରୀ  ।  ୮ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାରେ ସେ ପ୍ରଥମ ମହିଳା ।