ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୁବପିଢିଙ୍କୁ ନିଶାଦ୍ରବ୍ୟର କବଳରେ ପକାଉଥିବା ବେଆଇନ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏଫଏସଡିଏ ଦ୍ୱାରା ସାରା ରାଜ୍ୟରେ କୋଡିନଯୁକ୍ତ କଫ ସିରପ ଓ ନାର୍କୋଟିକ୍ସ ଶ୍ରେଣୀର ଔଷଧକୁ ଅବୈଧ ସଂରକ୍ଷଣ , କ୍ରୟ-ବିକ୍ରୟ ଓ ବିତରଣ ଉପରେ , ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏବେସୁଦ୍ଧା ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅବୈଧ ନାର୍କୋଟିକ୍ ଓ କୋଡିନଯୁକ୍ତ ଔଷଧ ଜବତ କରାଯାଇଛି , ଯାହାକି ୧୨୮ଟି ଏଫଆଇଆର ରୁଜୁ କରାଯାଇଛି। ଅନ୍ୟପଟେ ଅଧା ଡର୍ଜନରୁ ଅଧିକ ଅବୈଧ ନିଶାଦ୍ରବ୍ୟ ବ୍ୟବସାୟୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି।

ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ କମିଶନର ଡକ୍ଟର ରୋଶନ ଜୈକବ କହିଛନ୍ତି ଯେ, ପୂରା ପ୍ରଦେଶରେ ଏବେସୁଦ୍ଧା ପ୍ରତିଷ୍ଠାନ ଗୁଡ଼ିକ ଉପରେ ନିରୀକ୍ଷଣ ଓ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ଔଷଧକୁ ସିଜ୍ କରାଯାଇଛି। ତଦନ୍ତରେ ସନ୍ଦେହଜନକ ପ୍ରମାଣିତ ହୋଇଥିବା ରେକର୍ଡ ଗୁଡ଼ିକର ଅଧିକ ତଦନ୍ତ ନହେବା ପର୍ଯ୍ୟନ୍ତ ଦୁଇ ଡଜନରୁ ଅଧିକ ମେଡିକାଲ ଷ୍ଟୋରରେ କୋଡିନ ଯୁକ୍ତ ସିରପ୍ ଏବଂ ନାର୍କୋଟିକ୍ ଔଷଧ ବିକ୍ରିୟକୁ ନିଷେଧ କରାଯାଇଛି। ସେ କହିଛନ୍ତି ଯେ ବେଆଇନ ଭାବେ ଭାବେ ନକଲି ଏବଂ ନିଶା ଭାବେ ଦୁରୁପଯୋଗ ହେଉଥିବା ଔଷଧର ସଂରକ୍ଷଣ , କ୍ରୟ –ବିକ୍ରୟ କିମ୍ୱା ପରିବହନ ସମ୍ପର୍କିତ ସୂଚନା ଦିଆଯାଇ ପାରିବ।

କମିଶନର ଡକ୍ଟର ରୋଶନ ଜୈକବ କହିଛନ୍ତି ଯେ, ଅଭିଯାନ ବେଳେ ୨୮ଟି ଜିଲ୍ଲାରେ ମୋଟ ୧୨୮ଟି ଏଫଆଇଆର ରୁଜୁ କରାଯାଇଛି। ଏଥିରେ ବାରାଣାସୀରେ ୩୮ଟି, ଜୌନପୁରରେ ୧୬ଟି , କାନପୁର ନଗରରେ ୮ଟି , ଗାଜିପୁରରେ ୬ଟି , ଲକ୍ଷ୍ମୀପୁର ଖିରିରେ ୪, ଲକ୍ଷ୍ନୌରେ ୪ ଓ ବହରାଇଚ୍ , ବିଜନୌର, ପ୍ରୟାଗରାଜ , ପ୍ରତାପଗଡ, ସିତାପୁର , ସୋନଭଦ୍ର,ବଳରାମପୁର, ରାୟବରେଲୀ, ସନ୍ତକବୀର ନଗର, ହର୍ଦୋଇ , ଶ୍ରାବସ୍ତୀ , ସିଦ୍ଧାର୍ଥନଗର , ଉନ୍ନାବ , ବସ୍ତି , ଆମ୍ୱେଦକର ନଗର , ଆଜମଗଡ଼,ସହାରନପୁର, ବରେଲି , ସୁଲତାନପୁର, ଚନ୍ଦୌଲି , ମିରଜାପୁର ଆଦି ଜିଲ୍ଲାରେ ୫୨ ଟି ଏଫଆଇଆର ରୁଜୁ କରାଯାଇଛି।