ନୂଆଦିଲ୍ଲୀ,୦୩/୧୧:  ଦିଲ୍ଲୀର କିର୍ତ୍ତୀ ନଗରର ଏକ କାରଖାନାରେ ଲାଗିଲା ନିଆଁ । ଫଳରେ ଦୁଇ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ । ଏନେଇ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ସୂଚନାନୁସାରେ ନିଆଁକୁ ଆୟତ୍ତ କରାଯାଇଛି। ଉଭୟ ମୃତକଙ୍କ ମୃତଦେହକୁ କାରଖାନାରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

ସୂଚନା ମୁତାବକ, ଦିଲ୍ଲୀର କିର୍ତ୍ତୀ ନଗର ଅଞ୍ଚଳରେ ଥିବା ଏକ ଫର୍ଣ୍ଣିଚର ବଜାର ରହିଥିଲା। ନିଆଁ ଲାଗିଥିବା କାରଖାନାରେ କାଠ ଏବଂ ଫର୍ଣ୍ଣିଚର ରଖାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ ଧୂଆଁ ବ୍ୟାପିବା ଯେଉଁ କାରଣରୁ ଏଥିରେ ଶୋଇଥିବା ଦୁଇଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଏଥିମଧ୍ୟରୁ ଜଣେ ମୃତ ଉତ୍ତରପ୍ରଦେଶର ଏବଂ ଅନ୍ୟ ଜଣେ ବିହାରର ବୋଲି ଜଣାପ଼ଡିଛି। ପ୍ରାରମ୍ଭିକ ଅନୁସନ୍ଧାନରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି। ଏହାର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉଛି। ଏଥିପାଇଁ FSL ଦଳକୁ ଘଟଣାସ୍ଥଳକୁ ଡକାଯାଇ ତଦନ୍ତ କରାଯାଇଥିଲା।

ତେବେ  ପୋଲିସର ସୂଚନାନୁସାରେ, ସକାଳ ପ୍ରାୟ ୪.୩୦ରେ ପୋଲିସ ଓ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ୭ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ବିଲ୍ଡିଂର ଉପର ମହଲାରେ ନିଆଁ ଲାଗିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଯେତେବେଳେ ସେମାନେ କଷ୍ଟରେ ଭିତରକୁ ପ୍ରବେଶ କଲେ ସେଠାରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା ।