ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ

Published By : Anindita Ratha | November 3, 2024 3:27 PM

ନୂଆଦିଲ୍ଲୀ,୦୩/୧୧:  ଦିଲ୍ଲୀର କିର୍ତ୍ତୀ ନଗରର ଏକ କାରଖାନାରେ ଲାଗିଲା ନିଆଁ । ଫଳରେ ଦୁଇ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ । ଏନେଇ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ସୂଚନାନୁସାରେ ନିଆଁକୁ ଆୟତ୍ତ କରାଯାଇଛି। ଉଭୟ ମୃତକଙ୍କ ମୃତଦେହକୁ କାରଖାନାରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

ସୂଚନା ମୁତାବକ, ଦିଲ୍ଲୀର କିର୍ତ୍ତୀ ନଗର ଅଞ୍ଚଳରେ ଥିବା ଏକ ଫର୍ଣ୍ଣିଚର ବଜାର ରହିଥିଲା। ନିଆଁ ଲାଗିଥିବା କାରଖାନାରେ କାଠ ଏବଂ ଫର୍ଣ୍ଣିଚର ରଖାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ ଧୂଆଁ ବ୍ୟାପିବା ଯେଉଁ କାରଣରୁ ଏଥିରେ ଶୋଇଥିବା ଦୁଇଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଏଥିମଧ୍ୟରୁ ଜଣେ ମୃତ ଉତ୍ତରପ୍ରଦେଶର ଏବଂ ଅନ୍ୟ ଜଣେ ବିହାରର ବୋଲି ଜଣାପ଼ଡିଛି। ପ୍ରାରମ୍ଭିକ ଅନୁସନ୍ଧାନରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି। ଏହାର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉଛି। ଏଥିପାଇଁ FSL ଦଳକୁ ଘଟଣାସ୍ଥଳକୁ ଡକାଯାଇ ତଦନ୍ତ କରାଯାଇଥିଲା।

ତେବେ  ପୋଲିସର ସୂଚନାନୁସାରେ, ସକାଳ ପ୍ରାୟ ୪.୩୦ରେ ପୋଲିସ ଓ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ୭ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ବିଲ୍ଡିଂର ଉପର ମହଲାରେ ନିଆଁ ଲାଗିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଯେତେବେଳେ ସେମାନେ କଷ୍ଟରେ ଭିତରକୁ ପ୍ରବେଶ କଲେ ସେଠାରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା ।










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.