କଟକ,୦୯/୧୦: କଟକ ମାଲଗୋଦାମଠାରେ ଏକ ଡାଲି ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ । ଅଗ୍ନିକାଣ୍ଡ ଯୋଗୁ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଛନ୍ତି । ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

​​​​​​​ସୂଚନା ମୁତାବକ, କଲିକତାରୁ ଏକ ଟ୍ରକ୍‌ ଡାଲି ବୋଝେଇ କରି କଟକ ମାଲଗୋଦାମ ଅଭିମୁଖେ ବାହାରିଥିଲା। ଗୁରୁବାର ସକାଳ ୫ଟାରେ ଟ୍ରକ୍‌ଟି ଡାଲି ବୋଝେଇ କରି ମାଲଗୋଦାମଠାରେ ଠିଆ ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଦେଖି ଲୋକମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ସମୟ ମଧ୍ୟରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ କ୍ୟାବିନକୁ ନିଆଁ ଧରି ସାରିଥିଲା । ଦମକଳ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ଏସ୍‌ସିବି ମେଡ଼ିକାଲକୁ ପଠାଯାଇଛି । ଏସମ୍ପର୍କରେ ଖବର ପାଇଁ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।