ଜଳୁଛି ଚୁଳିଆପୋଷି ସଂରକ୍ଷିତ ଜଙ୍ଗଲ

ଉଦଳା ୭/୩- ଜଙ୍ଗଲରେ ବ୍ୟାପକ ଭାବେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ପୁରା ଜଙ୍ଗଲ । ଜଳୁଛି ଉଦଳା ବନାଂଚଳ ଅଧିନ ଚୁଳିଆପୋଷି ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲ ଏବେ ହୁ ହୁ ହୋଇ ଜଳୁଛି । ଜଙ୍ଗଲର ଅର୍ଦ୍ଧାଧିକ ଏରିଆରେ ନିଆଁ ଲାଗିଥିବା ବେଳେ ବଡ ବଡ ସାଗୁଆନ ଗଛ ସହିତ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମଲତା ମଧ୍ୟ ଜଳି ନଷ୍ଟ ହୋଇଯାଇଛି । ନିଆଁ ର ଆଁ ରେ ଏବେ ପୁରା ଜଙ୍ଗଲ କବଳିତ ହୋଇ ସାରିଥିବା ବେଳେ ନିଆଁକୁ ଆୟତ କରାଯାଇପାରିନାହିଁ । ଏହି ଜଙ୍ଗଲରେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଜଙ୍ଗଲ ଭିତରେ ପଡିଥିବା ପତ୍ର ଦ୍ୱାରା ନିଆଁ ବ୍ୟାପିବାରେ ଲାଗିଛି । ବନବିଭାଗ ଘଟଣାସ୍ଥଳରେ ପହଂଚିଥିବା ବେଳେ ନିଆଁକୁ ଆୟତ କରିବାକୁ ନାକେଦମ ହୋଇଛି ।