PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମୁମ୍ବାଇ: ବାନ୍ଦ୍ରାର MTNL ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଛାତ ଉପରେ ଫସିଛନ୍ତି ପ୍ରାୟ ୧୦୦ ଜଣ

ମୁମ୍ବାଇ ୨୨/୭: ବାନ୍ଦ୍ରା ଅଞ୍ଚଳରେ ସ୍ଥିତ MTNL ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଦ୍ୱିପ୍ରହର ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । କୁହାଯାଉଛି ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରିରହିଛି । ଅଗ୍ନିଶମ ବିଭାଗର ପ୍ରାୟ ୨୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରିରଖିଛି । ଲୋକମାନେ ବିଲ୍ଡିଂର ଛାତ ଉପରେ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ।

ପ୍ରଶାସନ ବିଲ୍ଡିଂରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଅପରେସନ ଆରମ୍ଭ କରିଦେଇଛନ୍ତି । କ୍ରେନ୍ ସାହାଯ୍ଯରେ ଲୋକଙ୍କୁ ଛାତ ଉପରୁ ତଳକୁ ଓହ୍ଲାଯାଉଛି । ଦମକଳ ବିଭାଗର ୨୦ଟି ଗାଡି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଆଁକୁ ଆଖପାଖ ଅଞ୍ଚଳକୁ ବ୍ଯାପିବାରେ ରୋକା ଯାଉଛି ।