PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଧାନ ଖଳାରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ, ଋଣ ସୁଝିବା ନେଇ ଚାଷୀଙ୍କ ଚିନ୍ତା

ମାଲକାନଗିରି,୧୮।୧୧ (ଆପ୍ର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ଟନେଲ କ୍ୟାମ୍ପ ପଞ୍ଚାୟତ ପରଜାଗୁଡା ଗ୍ରାମର ଏକ ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଛି । ପରଜାଗୁଡା ଗ୍ରାମ ବାସୀ ଗାଁ ମୁଣ୍ଡରେ ଏକ ଧାନ ଖଳାରେ ସେମାନଙ୍କ ଅମଳ ଧାନ ଏକତ୍ରିତ କରି ରଖିଥିଲେ ।

ଆଜି ସକାଳେ ହଠାତ ସେହିଧାନ ଗଦା ଗୁଡିକରେ ନିଆଁ ଲାଗି ଯାଇଥିଲା । ଏହା ଗ୍ରାମ ବାସୀ ଦେଖି ପାଣିପକାଇ ଲିଭାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା । ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇବାପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଛିଲାବେଳକୁ ଅନେକ ଧାନ ଗଦା ପୋଡି ପାଉଁଶ ହୋଇଯାଇଥିଲା । ଅବଶିଷ୍ଠ କିଛି ଧାନଗଦାକୁ ନିଆଁ ଦାଉରୁ ରକ୍ଷାକରିଥିଲେ ଦମକଳ ବାହିନୀ । ପରଜାଗୁଡା ଗାଁର ଚାଷ ଜମିକୁ ଜଳସେଚନ ର ସୁବିଧା ନଥିବାରୁ ଧାର କରଜ କରି ଓ ବ୍ୟାଙ୍କ, ଲ୍ୟାମ୍ପସରୁ ଋଣ ନେଇ ପମ୍ପସେଟ ରେ ପାଣି ମଡାଇ ବହୁ କଷ୍ଟରେ ଧାନ ଅମଳ କରିଥିଲେ। ସେହି ଅମଳ ଧାନ ଗୁଡିକ ପୋଡି ନଷ୍ଟ ହୋଇଯାଇଛି। କିପରି ଋଣ ସୁଜିବେ ସେ ଚିନ୍ତାରେ ଏବେ ଗ୍ରାମ ବାସୀ ମାନେ ରହିଛନ୍ତି। କ୍ଷତିଗସ୍ତ ଚାଷୀଙ୍କୁ ଋଣ ଛାଡ କରିବା ସହ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରଜାଗୁଡା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଗୋପୀମୁଦୁଲି କହିଛନ୍ତି । ଲକ୍ଷାଧିକ ଟଙ୍କାର ଧାନ ପୋଡି ଯିବା ଖବର ପାଇ ଚିତ୍ରକୋଣ୍ଡା ଜିଲ୍ଲାପରିଷଦ ଯୋନ ୧ର ସଭ୍ୟା ବନନ୍ତି ଖିଲ  ପରଜାଗୁଡା ଗ୍ରାମ କୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସ୍ୱନ୍ତନା ଦେବା ସହ ସେମାନେ କିପରି କ୍ଷତିପୂରଣ ପାଇବେ ସେ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।