ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଖାଇରା ବାବା ଇଞ୍ଜିନିୟରିଂରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Published By : Harapriya Sethi | March 9, 2025 12:20 PM

ଭୁବନେଶ୍ୱର, ୦୯/୦୩: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍ଟିକ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଖାଇରା ବାବା ଇଞ୍ଜିନିୟରିଂରେ ଏହି ଅଗ୍ନିକାଣ୍ଡ ଘଟିଛି ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ସାଲେପୁର ବ୍ଳକ୍ ଜଗତପୁର ଥାନା ଖାଇରା ବାବା ଇଞ୍ଜିନିୟରିଂରେ ନିଆଁ ଲାଗିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲା । ଶେଷରେ ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ସେତେବେଳକୁ ନିଆଁକୁ ପୋଡି ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.