ବଲାଙ୍ଗୀର,୧୩।୫ : ବଲାଙ୍ଗୀର  ଗ୍ରୀଡ଼ ଷ୍ଟେସନରେ ଲାଗିଲା ନିଆଁ।  ତୁଷୁରାଠାରେ ଥିବା ସବୁଠୁ ବଡ ଗ୍ରୀଡ ୧୩୨/୩୩ କେଭି ଗ୍ରୀଡରେ ବଡ ଧରଣର ନିଆଁ ଲାଗିଛି। ଗ୍ରୀଡ ପଛ ପଟେ ଥିବା ନୂତନ ଟ୍ରାନ୍ସଫର୍ମରର ଓ ବିଭିନ୍ନ ସାମଗ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ନିଆଁର ଭୟାବହରେ ଅଞ୍ଚଳରେ ଆଲୋକିତ ହୋଇପଡିଛି।

ଏପଟେ ନିଆଁକୁ ଲିଭାଇବା ପାଇଁ ଗୁଡଭେଲା ଦମକଳ ବାହିନୀ ନିୟୋଜିତ ଥିବା ବେଳେ ଏବେ ବି ନିଆଁ ଅଣାୟତ୍ତ ରହିଛି। ଏପଟେ ଉପରେ ୪୦୦ ଭୋଲ୍ଟ ତାର ଯାଇଥିବାରୁ ଭୟ ସୃଷ୍ଟି ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ପାଖ ସଇଁନ୍ତଲା, ଦେଓଗାଁରୁ ଦମକଳ ଆସି ପହଞ୍ଚିଛି।  ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।

​​​​​​​ଆହୁରି ପଢନ୍ତୁ : ଯୁବକଙ୍କୁ ବୁଲେଟ ଚଢାଇ ହତ୍ୟା ଉଦ୍ୟମ ଘଟଣା : କ୍ରାଇମ୍ ସ୍ପଟ୍‌ରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ