କଣାସ,୧୩।୪ : କଣାସ ବଜାରରେ ଯୁବକକୁ ହତ୍ୟା ଉଦ୍ୟମ କରି ବୁଲେଟ ଚଢାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ରଙ୍କୁ କଣାସ ପୋଲିସ ଥାନାରେ ଦୀର୍ଘ ୪ ଘଣ୍ଟା ପଚାର ଉଚରା ପରେ ସିନ୍ ରିକ୍ରିଏସନ କରିଛି । ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଯେଉଁ ଧଳା ରଙ୍ଗର ସ୍କୁଟିରେ ଫେରାର ହୋଇଥିଲା ଉକ୍ତ ଗାଡିକୁ ଦୀର୍ଘ ୧୧ ଦିନ ପରେ ପୁଲିସ ଜବତ୍ କରିଛି। ଯୁବକର ଛାତିରେ ଚଢ଼େଇ ଥିବା ବୁଲେଟର ଏଯାବତ୍ ପୁଲିସକୁ ସନ୍ଧାନ ମିଳିନାହିଁ । ସମୁଦାୟ ୬ଜଣ ଅଭିଯୁକ୍ତ ଏବେସୁଦ୍ଧା ପୋଲିସ ପଞ୍ଝାରେ ରହିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି। ଏବେବି ସ୍ପେସିଆଲ ସ୍କ୍ୱାଡ ସହ ୪ଟି ଟିମ୍ ର ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି ।
ମୁଖ୍ୟ ଅଭିଯୁକ୍ତକୁ କଣାସ ଥାନା ଅଣାଯାଇ କଡା ସୁରକ୍ଷା ବଳୟ ଭିତରେ କ୍ରାଇମ ସ୍ପଟରେ ଡେମୋ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ । ଡେମୋ ବେଳେ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ,ପୁରୀ ଅତିରିକ୍ତ ଏସପି, ପିପିଲି ଏସଡିପିଓ, କଣାସ ଥାନା ଅଧିକାରୀ, ସ୍ପେସିଆଲ ସ୍କାଡ ଅଫିସରଙ୍କ ଉପସ୍ଥିତ ରେ କଡା ସୁରକ୍ଷା ବଳୟ ଭିତରେ ସ୍କ୍ରିନ ରି କ୍ରିୟେସନ ମୁଖ୍ୟ ଅଭିଯୁକ୍ତ ଦେଖାଇଥିଲା। ୧୫ ମିନିଟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ମୁଖ୍ୟ ଅଭିଯୁକ୍ତ ପୋଲିସକୁ ସବୁ ଦେଖାଇଥିଲା ।
ସୂଚନାଯୋଗ୍ୟ ଯେ,ପିପିଲି କଣାସ ମୁଖ୍ୟରାସ୍ତାରେ କଣାସ ଦୋକନ୍ଦା ଗାଁ’ର ମୃତ୍ୟୁଞ୍ଜୟ ଭାରିମଲଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ।ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୃତ୍ୟୁଞ୍ଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ମାଛକଟା ପନିକିରେ ହାଣିପକାଇଥିଲେ। ଏଥିରେ ତାଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ମୃତ୍ୟୁଞ୍ଜୟଙ୍କ ଉପରେ ଏକ ବୁଲେଟ ଗାଡ଼ି ମଧ୍ୟ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଧରି ଏଭଳି କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲେ ମୃତ୍ୟୁଞ୍ଜୟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲକୁ ପଠାଇଥିଲା। ଏବେବି ମୃତ୍ୟୁଞ୍ଜୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା।ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କରିଥିଲାପୁଲିସ।