ରାଉରକେଲା, ୧୨।୩ : ରାଉରକେଲା ବନ୍ଧମୁଣ୍ଡା ନିକଟରେ ଅଗ୍ନିକାଣ୍ଡ।  ଡିଜେଲ ଫିଲଟରରେ ଲାଗିଛି ନିଆଁ।  ରଖାଯାଇଥିବା ପାଖାପାଖି  ଦେଢ଼ ଟ୍ରକ ଡ଼ିଜେଲ ଫିଲଟରରେ ଲାଗିଛି ନିଆଁ। ୪ ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି।  ତେବେ ନିଆଁ ଲାଗିବା ସ୍ଥାନରୁ ୩୦୦ ମିଟର ଦୂରରେ ଅଛି ଡ଼ିଜେଲ ଫୁଏଲ ସେଣ୍ଟର । ଅଳ୍ପକେ ସୁରକ୍ଷିତ ରହିଛି ଡ଼ିଜେଲ ଫୁଏଲ ସେଣ୍ଟର ।

ରେଳ ଇଞ୍ଜିନରେ ଡ଼ିଜେଲ ଭର୍ତ୍ତି କରାଯିବା ସମୟରେ ନୂଆ  ଡ଼ିଜେଲ ଫିଲଟର ବ୍ୟବହାର  କରାଯାଏ । ପୁରୁଣା ଡ଼ିଜେଲ ଫିଲଟର ରେଳ ବିଭାଗ ଅକ୍ସନ କରିବା କଥା । କିନ୍ତୁ କରାଯାଇନଥିଲା ନିଲାମ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।