PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଜଳିଗଲା  ୮ ଗୁଣ୍ଠ ଜମିର ଅମଳ ଧାନ

ତିଗିରିଆ, ୧୯।୧୧ , କୌଣସି କାରଣରୁ ନିଆଁ ଲାଗିବା ଯୋଗୁ ଜଳିଗଲା ୮ ଗୁଣ୍ଠ ଜମିରୁ ଅମଳ ହୋଇ ଜମା ହୋଇଥିବା ଧାନଗଦା  । ଏଭଳି ଏକ ଘଟଣା ଘଟିଛି ତିଗିରିଆ ବ୍ଲକ ଜେମାଦେଇପୁର ଚିନାପାଟଣା ଗ୍ରାମରେ  ।

ଶନିବାର  ରାତିରେ   ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ବନମାଳୀ ପୁର ଚିନାପାଟଣା ଗାଁର  ଶିବ ସ୍ଵାଇଁ ଙ୍କ ବାଡିରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ କୁ ଦେଖି ସ୍ଥାନୀୟ ଲୋକେ ତିଗିରିଆ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ lଖବର ପାଇ ତିଗିରିଆ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ସେତେବେଳକୁ ସବୁ ଧାନ ପୋଡି ପାଉଁଶ ହୋଇଯାଇ ଥିଲା l ଜଳି ଯାଇଥିବା ଧାନର ମୂଲ୍ୟ ପ୍ରାୟ ୨୪ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି l ନିଆଁ ଲାଗିବା ର କାରଣ ଅସ୍ପଷ୍ଟ ରହିଛି ।