ଚଳନ୍ତା ଟ୍ରେନରେ ନିଆଁ, କାରଣ ଅସ୍ପଷ୍ଟ

ବଲାଙ୍ଗିର ୨୧/୨: ଚଳନ୍ତା ଟ୍ରେନରେ ନିଆଁ । ବଲାଙ୍ଗିର ହରିଶଙ୍କର ଷ୍ଟେସନରେ ବିଶାଖାପାଟଣା ‘ଭଗତ୍ କି କୋଠି’ ଟ୍ରେନରେ ନିଆଁ ଲାଗିଯାଇଛି । ହରିଶଙ୍କର ଷ୍ଟେସନ ପୂର୍ବରୁ ଅଚାନକ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଯାଇ ଯାତ୍ରୀଙ୍କୁ ଓହ୍ଲାଇଦିଆ ଯାଇଥିଲା । ନିଆଁ ଲାଗିବା ଫଳରେ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ । ହରିଶଙ୍କର ଷ୍ଟେସନ ପୂର୍ବରୁ ଟ୍ରେନକୁ ଅଟକାଯାଇ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା ଯାଇଥିଲା । ଏହାପରେ ଆଉ ଏକ ଇଞ୍ଜିନ୍ ମାଧ୍ଯମରେ ଟ୍ରେନଟି ଗନ୍ତବ୍ଯ ସ୍ଥଳକୁ ଗତି କରିଥିଲା । ଏହି ଅଗ୍ନିକାଣ୍ଡରେ ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନି । ତେବେ ଏହି ନିଆଁ ଲାଗିବାର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ ।