ଭୁବନେଶ୍ବର, ୨୪/୨ : ସଫଳ ହେଲା ପରିଶ୍ରମ । ଦୀର୍ଘ ୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରି ଆୟତ୍ତ ହେଲା ନିଆଁ । ଭୁବନେଶ୍ବର ଲିଙ୍ଗିପୁର ସୁପରମାର୍ଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିଛି । ୨୦ ଘଣ୍ଟାର ପରେ ଏହି ନିଆଁ ଲିଭିଛି । ଅଗ୍ନିଶମ ବିଭାଗର ନିରନ୍ତର ପ୍ରୟାସ ସଫଳ ହୋଇଛି । କହି ରଖୁଛୁ କି,ସୋମବାର ରାତି ପ୍ରାୟ ୧୦ଟାରେ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ସୁପରମାର୍ଟର ତୃତୀୟ ମହଲାରେ ନିଆଁ କେଉଁଠୁ ଲାଗିଲା, କେମିତି ଲାଗିଲା, ଏବେ ବି ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।
ନିଆ ଲିଭାଇବା ପାଇଁ ଲାଗିଥିବା କସରତ ଶେଷରେ ସଫଳ ହୋଛି ।ସୁପରମାର୍ଟ ଭିତରକୁ ପାଣି ମାଡ଼ କରିବାକୁ ବାଟ ନଥିବାରୁ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମକରାଯାଇଥିଲା । ଫୋମ୍ ସାହାଯ୍ୟରେ ସୁପରମାର୍ଟର ନିଆଁ ଲିଭାଯାଉଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ।ସେପଟେଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସିନଥିଲା । ଛାତ ରଡ୍ ତରଳିବା ସହ କାନ୍ଥ ଫାଟି କାନ୍ଥରୁ ମଧ୍ୟ ନିଆଁ ବାହାରିଥିଲା।କୁହାଯାଉଥିଲା କି,କେଉଁ ସମୟରେ ବି ଭୁଶୁଡ଼ିଯାଇପାରେ ସୁପରମାର୍ଟ ବିଲ୍ଡିଂ। ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ଲାଗିଥିଲା ନିଆଁ। ୪ ରୁ ୫ କୋଟି ଟଙ୍କାରୁ ଅଧିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି ।
ଏହାସହ ପଢ଼ନ୍ତୁ : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଚାଷୀଙ୍କ ସବୁ ସମସ୍ୟାର ସମାଧାନ କରିବୁ