ଭଦ୍ରକ,୨୭।୧୦ :  ବାତ୍ୟାରେ ପଡିଥିବା ଗଛ କାଟିବା ବେଳେ କଟିଲା ଅଗ୍ନିଶମ କର୍ମଚାରୀଙ୍କ ହାତ ।  ଚିକିତ୍ସା ପାଇଁ  ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀ ଜଣକ ହେଲେ ଗେନ୍ଦ୍ରା ଓରାମ। । କେନ୍ଦୁଆପଦା  ପଞ୍ଚାୟତ ଅଧୀନ ଅଣ୍ଡିଆ ଗ୍ରାମରେ ଏହି ଘଟଣା ଘଟିଛି। 

ବାତ୍ୟାରେ ଡ୍ୟୁଟି କରିବା ପାଇଁ ସୁନ୍ଦରଗଡ଼ରୁ ଭଦ୍ରକ ଆସିଥିଲେ ଗେନ୍ଦ୍ରା ଓରାମ । କେନ୍ଦୁଆପଦା  ପଞ୍ଚାୟତ ଅଧୀନ ଅଣ୍ଡିଆ ଗ୍ରାମରେ ବାତ୍ୟାରେ ଭଙ୍ଗିଥିବା ଗଛ କାଟୁଥିଲେ । ଏହି ସମୟରେ କଟର ମେସିନ ହାତରେ ଲାଗିଯାଇଥିଲା । ଏଥିରେ ତାଙ୍କ ହାତ କଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।