ନୂଆଦିଲ୍ଲୀ,୨୪/୦୫; ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ । ଗୁଳିମାଡ଼ ସମୟରେ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଜଣେ ଅଜଣା ଆତତାୟୀ ୨୫-୩୦ ରାଉଣ୍ଡ ଗୁଳି ଚାଳନା କରିଥିବା ସୂଚନା ମିଳିଛି । ସିକ୍ରେଟ୍ ସର୍ଭିସ୍ ପକ୍ଷରୁ ପାଲଟା ଗୁଳି ଚାଳନାରେ ସନ୍ଦିଗ୍ଧ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ଜଣେ ପଥଚାରୀ ଆହତ ହୋଇଛନ୍ତି । ତେବେ ଟ୍ରମ୍ପଙ୍କ ଶତ୍ରୁ କିଏ ? ମାସକରେ ୨ ଥର ହ୍ୱାଇଟ୍ ହାଉସ ନିକଟରେ ହମଲା ହେଲାଣି । ଏହା ପୂର୍ବରୁ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ।
ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ, ଇରାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିଲେ । ଏହି ଗୁଳିକାଣ୍ଡ ସୁରକ୍ଷା ଉଲ୍ଲଂଘନ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରାୟ ଗୋଟିଏ ମାସ ମଧ୍ୟରେ ହ୍ୱାଇଟ୍ ହାଉସ୍ ବାହାରେ ଏହା ଦ୍ୱିତୀୟ ଆକ୍ରମଣ । କଡ଼ା ସୁରକ୍ଷା ସତ୍ତ୍ୱେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏପରି ସୁରକ୍ଷା ଉଲ୍ଲଂଘନ କାହିଁକି ବାରମ୍ବାର ଘଟୁଛି । ଶନିବାର ସନ୍ଧ୍ୟାରେ ହ୍ୱାଇଟ୍ ହାଉସ୍ ବାହାରେ ହଠାତ୍ ଗୁଳି ଫୁଟିବା ଶବ୍ଦରେ ରାଜଧାନୀ ୱାଶିଂଟନ୍ ଥରି ଉଠିଥିଲା। ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଇରାନ ସମ୍ପର୍କରେ ଏକ ବୈଠକରେ ଯୋଗ ଦେଇ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ । ଆକ୍ରମଣକାରୀ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସିକ୍ରେଟ୍ ସର୍ଭିସ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା । ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସ ପେନସିଲଭାନିଆ ଆଭେନ୍ୟୁ ୧୭ତମ ଷ୍ଟ୍ରିଟ ନିକଟରେ ଗୁଳିକାଣ୍ଡ ହୋଇଛି ।
ରିପୋର୍ଟ ଅନୁସାରେ, ଗୁଳିକାଣ୍ଡର ଜବାବରେ ସିକ୍ରେଟ୍ ସର୍ଭିସ୍ ପାଲଟା ଗୁଳି ଚଳାଇଥିଲେ । ଯେଉଁଥିରେ ଦୁଇ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଆକ୍ରମଣକାରୀ ୨୧ ବର୍ଷୀୟ ନାସିର ବେଷ୍ଟ ଭାବରେ ଚିହ୍ନଟ କରାଯାଇଛି । କୁହାଯାଉଛି ଯେ ଉଭୟ ଆକ୍ରମଣକାରୀ ହ୍ୱାଇଟ୍ ହାଉସ୍ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିଲେ । ଆକ୍ରମଣରେ ଜଣେ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି । ହ୍ୱାଇଟ୍ ହାଉସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ଆକ୍ରମଣକାରୀ ଗୁଳି ଚଳାଇବାରେ ସକ୍ଷମ ହୋଇଥିଲେ, ଯାହା ସୁରକ୍ଷା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।
ଏହା ବି ପଢନ୍ତୁ...China Mining Accident: ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକ ମୃତ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିନପିଙ୍ଗଙ୍କ ନିର୍ଦ୍ଦେଶ...
କହି ରଖୁଛି କି, ଗତ ଏପ୍ରିଲ ୨୬ରେ ତାରିଖରେ, ୱାଶିଂଟନ ଡିସିରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟିଥିଲା । ହଠାତ୍ ଗୁଳି ଫୁଟିଥିଲା ଆତଙ୍କ ଖେଳିଯାଇଥିଲା । ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତୁରନ୍ତ ବାହାରକୁ ନିଆଯାଇଥିଲା । ଉପସ୍ଥିତ ଲୋକମାନେ ଟେବୁଲ ତଳେ ଲୁଚି ଯାଇଥିଲେ । ତା'ପରେ ସୁରକ୍ଷା କର୍ମୀମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ।