ଫିରିଙ୍ଗିଆ,୦୭/୦୨: କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଅପରେସନନୀଳଜହର ଅଭିଯାନ ଜାରିରହିଛି । ଗୋଟିଏ ପଟେ ଦୁଇମାସ ଧରି ପୁଲିସ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉ ଥିବାବେଳେ ଅନ୍ୟପଟେଅତର୍କିତ ଚଢ଼ାଉ କରି ବିକ୍ରି ପାଇଁ ପ୍ରସ୍ତୁତି କରାଯାଇ ଗଛିତ କରାଯାଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରାଯାଉଛି । ଏଭଳି ଏକ ସମୟରେଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଫିରିଙ୍ଗିଆ ଥାନା ତରଫରୁ ମଧ୍ୟ ଦୁଇଦିନ ହେଲା ଲଗାତାର ଭାବରେ ବଣ ପାହାଡ଼ ଘେରା ଜଙ୍ଗଲ ମାନଙ୍କରେ ଚଢ଼ାଉ କରାଯାଉଛି । ଗଛିତ ରଖାଯାଇଥିବା ପ୍ରାୟ ଷୋହଳ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦେଇଛନ୍ତି।
ଏହାସହ ପଢ଼ନ୍ତୁ : ଷ୍ଟାଲିନଙ୍କ ବଡ଼ ଦାବି: କରିବୁ ରେକର୍ଡ, ଜିତିବୁ ୨୦୦ ଆସନ
ଗତ ଦୁଇଦିନ ହେଲା ଥାନାରେ ନୂତନ ଭାବରେ ଯୋଗ ଦେଇଥିବା ଥାନା ଅଧିକାରୀ ମୁରଲିଧର ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ପ୍ରଥମ ଦିନରେ ଥାନା ଅଧୀନରେ ଥିବା କାଶିନୀପଦର ପଂଚାୟତ ମାଝିପଡ଼ା ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି ନଅ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଦ୍ଵିତୀୟ ଦିନରେ ପୁଣି ଏହି ଥାନା ଅଧୀନରେ ଥିବା ବନ୍ଧଗଡ଼ ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଯେଉଁଠାରୁସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଅନ୍ୟପଟେ ଏହି ଗଞ୍ଜେଇ ଚଢ଼ାଉକୁ ନେଇ ଫିରିଙ୍ଗିଆ ଥାନାରେ ୦୩/୨୦୨୬ ଓ ୨୯/୨୦୨୬ ରେ ପୃଥକ ପୃଥକ ଦୁଇଟି ମାମଲାବୃଜୁ କରାଯାଇଛି ।ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁରଲିଧର ସାହୁ।ଅନ୍ୟପଟେ ଏହି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଏହି ଅଭିଯାନରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ,ଦିପକ କୁମାର ରାଉତ,ପ୍ରମୋଦ କୁମାର ବେହେରାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଜଣାପଡିଛି I