PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

‘ସ୍ୱତନ୍ତ ବୀର ସାବରକର’ ରୁ ସାମ୍ନାକୁ ଆସିଲା ରଣଦୀପ ହୁଡାଙ୍କ ଲୁକ୍, ଖୁବ୍ ଶୀଘ୍ର ଆରମ୍ଭ ହେବ ଫିଲ୍ମ ସୁଟିଂ

ନୂଆଦିଲ୍ଲୀ ୨୮/୦୫: ‘ହାଇୱେ’, ‘ସରବଜିତ୍’ ଏବଂ ‘ବାଗୀ ୨’ ଭଳି ଫିଲ୍ମରେ ନିଜର ଶ୍ରେଷ୍ଠ ଅଭିନୟ ସହିତ ରଣଦୀପ ହୁଡା ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏବେ ଫ୍ୟାନ୍ସ ତାଙ୍କ ପରବର୍ତ୍ତୀ ଫିଲ୍ମ ‘ସ୍ୱତନ୍ତ ବୀର ସାବରକର’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଜୀବନୀ ଉପରେ ଆଧାରିତ। ଯେଉଁଥିରେ ରଣଦୀପ ତାଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରୁ ରଣଦୀପଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ।

ଏହି ଲୁକରେ ରଣଦୀପ ହୁଡାଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଆଜି ମେ ୨୮ ବୀର ସାବରକର ଜନ୍ମ ବାର୍ଷିକୀ ଏବଂ ଏହି ବିଶେଷ ଉତ୍ସବରେ ନିର୍ମାତା ଫିଲ୍ମରୁ ରଣଦୀପ ହୁଡାଙ୍କ ଲୁକ୍ ସେୟାର କରିଛନ୍ତି । ଅଗଷ୍ଟ ୨୦୨୨ ରୁ ଏହି ଫିଲ୍ମର ସୁଟିଂ ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ହେବ । ମହେଶ ଭି ମାଞ୍ଜରେକର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।

ଦ୍ୱିତୀୟ ଥର ପାଇଁ ରଣଦୀପଙ୍କୁ କୌଣସି ବାୟୋପିକରେ ଦେଖିବାକୁ ମିଳିବ। ଏହାପୂର୍ବରୁ, ସେ ୨୦୧୬ ରେ ବାୟୋପିକ୍ ‘ସରବଜିତ୍’ରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ରଣଦୀପ ବହୁତ ଉତ୍ସାହିତ ଅଛନ୍ତି। ଏହି ଭୂମିକା ପାଇଁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଖୁସି ଅଛନ୍ତି। ସେ କହିଛନ୍ତି, ଏପରି ଅନେକ ହିରୋ ଅଛନ୍ତି ଯେଉଁମାନେ ଆମକୁ ସ୍ୱାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ମୁଁ ଫିଲ୍ମ ସ୍କ୍ରିନରେ ଏପରି ଚରିତ୍ର ଗ୍ରହଣ କରିବାର ସୌଭାଗ୍ୟ ପାଇଛି ।