ମାଲକାନଗିରି,୧୮।୨ (ଆପ୍ର ):ଗତ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମହୋତ୍ସବ ଓ ମତ୍ସ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ସ୍ୱାଭିମାନ ଅଞ୍ଚଳର ବିରଳ ପୋନୀ ଘୋଡା ଓ ବିରଳ ପ୍ରଜାତିର ପୁଙ୍ଗାନୁର ଗାଇ ଉନ୍ନୟନ ପ୍ରଦର୍ଶନୀରେ ମୁଖ୍ୟଆକର୍ଷଣ ପାଲଟିଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଗଗନ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ମୁଖ୍ୟଵକ୍ତା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନୀତ ଅତିଥି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଦୟାନିଧି ରାଉତ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟବୈଜ୍ଞାନିକ ଦେବୀପ୍ରସାଦ ଦାଶ ଯୋଗ ଦେଇଥିଲେ।
ମାଲକାନଗିରି ଜିଲ୍ଲାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦର ଭିତିଭୂମି ଉନ୍ନତମାନର ଥିବାବେଳେ ଚାଷୀ ମାନେ ଏହି ଚାଷକୁ ଆପଣାଇ ସରକାରଙ୍କ ସମସ୍ତ ସୁବିଧା ଉପଭୋଗ କରନ୍ତୁ। ଯଦ୍ୱାରା ଜିଲ୍ଲାରେ ଦୁଗ୍ଧଜାତୀୟ ଦ୍ରବ୍ୟ, ଜୈବିକ ଖତସାର, ଉନ୍ନତ ଧରଣର ମାଛ ଉତ୍ପାଦନ ହୋଇ ପାରିବା ଅପପୃଷ୍ଟି ରୋକିବା ପାଇଁ ଗୋପାଳନ, କୁକୁଡା ପାଳନ, ଛେଳି ପାଳନ କରି ଜିଲ୍ଲାର ଖାଉଟି ମାନଙ୍କୁ ଏହା ବିକ୍ରି କଲେ ଏହି ପୃଷ୍ଟିକର ଖାଦ୍ୟ ଦ୍ୱାରା ଅପପୃଷ୍ଟି ରୋକା ଯାଇ ପାରିବ ।
ଏହି ମେଳାରେ ସଫଳ ଛେଳି ଚାଷୀ ଭବେ ଇର୍ମା କବାସୀ, ସଫଳ ଗୋ ଚାଷୀ ଭାବେ ଯମୁନା ମଣ୍ଡଳ, ସଫଳ ମତ୍ସ ଚାଷୀ ଭାବେ ନରସିଂହ କୋପେ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧତ କରିବା ସହ ପୁରସ୍କୁତ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।