PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ନଦୀ ବାଲି ବନ୍ଧ ଯୋଗାଉଛି ରୋଜଗାର

ଚନ୍ଦାହାଣ୍ଡି ୧୮/୧୧(ଆପ୍ର )-ନବାରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପ୍ରବାହିତ ହେଉଥିବା ନଦୀର ବାଲି ବନ୍ଧ ଯୋଗାଉଛି ନଦୀ କୁଳିଆ ଲୋକଙ୍କୁ ରୋଜଗାର । ଏହାଦ୍ୱାରା ସେମାନେ ମାଛ ଚାଷ କରି ବର୍ଷକୁ ୩୦ରୁ ୪୦ ହଜାର ଟଙ୍କା ଆୟ ହେଉଥିବା ନେଇ ମାଲିବାରୀ ଏବଂ ତେଳାତାଣ୍ଡି ଗ୍ରାମର ନଦୀ ବାଲି ବନ୍ଧ ମାଛ ଚାଷୀ ମାନେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏ ଦିଗରେ ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରା ଯାଇଛି ।

ସରଧାପୁର ପଂଚାୟତ ମାଲିବାରୀ ଗ୍ରାମର ଚାଷୀମାନେ ଦୀର୍ଘ ବର୍ଷ ହେବ ନିଜ ଗ୍ରାମ ପାଖରେ ପ୍ରବାହିତ ହେଉଥିବା ଭଣ୍ଡାର ନଦୀରେ ବାଲି ବନ୍ଧ ନିର୍ମାଣ କରି ନଦୀ ପାଣିକୁ ଅଟକାଇ ପ୍ରତିଦିନ ନଦୀରେ ଥିବା ସରୁ ଚୂନ୍ନା ମାଛ ଧରି ଏହାକୁ ନିକଟସ୍ଥ ବଜାରରେ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରନ୍ତି । ଏହା କେଜି ପ୍ରତି ୨୦୦ରୁ ୨୫୦ ଟଙ୍କା ବିକ୍ରି ହୋଉଥିବା ସହ ଏହାର ଚାହିଦା ଛତିଶଗଡ, କଳାହାଣ୍ଡିରେ ରହିଥିବା ପ୍ରକାଶ କରିଛନ୍ତି ମାଲିବାରୀ ବାଲି ବନ୍ଧ ମାଛ ଚାଷୀ ଆକାଳୁ ମାଝି । ୧୦ରୁ ୧୫ଜଣ ଚାଷୀ ମିଶିକି ଏହି ବାଲିବନ୍ଧ ହଲ ସାହାଯ୍ୟରେ ନିର୍ମାଣ କରିଥାନ୍ତି । ରାତିରେ ମଧ୍ୟ ସେଠାରେ କୁଡ଼ିଆ ନିର୍ମାଣ କରି ଖଇଁଚି ସାହାଯ୍ୟରେ ୨୦ରୁ ୨୫ କେଜି ମାଛ ଉତ୍ପାଦନ ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ଏହା ଛଡା ଏହାର ପୋଡା ମାଛର ଚାହିଦା ଭଲ ସ୍ୱାଦ ଥିବାରୁ ଏହା ଭଲ ବିକ୍ରି ହେଉଥିବା ସେମାନେ ପ୍ରକାଶ କରିଛନ୍ତି ।

ନଦୀରେ ବାଲି ବନ୍ଧ ନିର୍ମାଣ ଦ୍ୱାରା ମାଛ ଚାଷ ବ୍ୟତୀତ ସାଧାରଣରେ ଗାଧୁଆ ଲୁଗା ଧୁଆ ଏବଂ ଚାଷୀଙ୍କ ଜମିରେ ଡିଜେଲ ପମ୍ପ ଦ୍ୱାରା ଜଳସେଚନ ହୋଇ ପାରୁଥିବା ଚାଷୀ କୋକିଳ ମାଝି ପ୍ରକାଶ କରିଛନ୍ତି । ଭଣ୍ଡାରନଦୀରେ ଅଶୀ ଦଶକରେ ନିର୍ମିତ ଫୁଲଝରି ସେତୁର ଉନ୍ନତ ଧରଣର ମରାମତି ସହ ମତ୍ସ୍ୟ ବିଭାଗ ଉପଯୁକ୍ତ ତାଲିମ ପ୍ରଦାନ କଲେ ସେମାନେ ଆହୁରି ଭଲକି ମାଛ ଚାଷ କରି ପାରିବେ ବୋଲି ସେମାନେ ଦମ୍ଭର ସହ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଚନ୍ଦାହାଣ୍ଡି ଅଞ୍ଚଳରେ ଲୋକଙ୍କ ମାଛ ଚାଷ ପାଇଁ ଆଗ୍ରହ ଥିବା ସହ ଏଠାରେ ୧୦୦୦ରୁ ଉର୍ଦ୍ଧ୍ୱ କେଉଟ ପରିବାର ଥିବା ସତ୍ୱେ ମତ୍ସ୍ୟବିଭାଗର କୌଣସି କର୍ମଚାରୀଙ୍କୁ ଚନ୍ଦାହାଣ୍ଡି ଅଞ୍ଚଳବାସୀ ଦେଖିପାରୁ ନାହାନ୍ତି । ଯାହା ଫଳରେ ସେମାନେ ଆଧୁନିକ ଜ୍ଞାନ କୌଶଳରେ ମାଛ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।