PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ବରମୁଡା ଟ୍ରାଏଙ୍ଗଲରୁ ଫେରିଆସିଲେ ଚୀନର ମତ୍ସ୍ୟଜୀବି, ୧୧ ଦିନ ପର୍ଯ୍ୟନ୍ତ ମାଛ ଦାନା ଏବଂ ନିଜ ପରିସ୍ରା ପିଇ ବଞ୍ଚିଥିଲେ

ନୂଆଦିଲ୍ଲୀ,୧୩।୬: ବରମୁଡା ଟ୍ରାଏଙ୍ଗଲ ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ଶୁଣିଥିବେ। ସେଠାରେ ଅନେକ ବିମାନ ନିଖୋଜ ହୋଇଯାଇଛି କେବେ ପାଣିରେ ଯାଉଥିବା ଜାହାଜ ମଧ୍ୟ ଏହା ଭିତରେ ବିଲୀନ ହୋଇଯାଇଛି। କିନ୍ତୁ ଏଭଳି ରହସ୍ୟମୟୀ ଏବଂ ବିପଦଜନକ ସ୍ଥାନରୁ ଜଣେ ମତ୍ସ୍ୟଜୀବି ନିଜର ବୋଟ୍ ନେଇ ଜୀବନ୍ତ ଫେରିଆସିଛନ୍ତି।  ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ।

ଚୀନର ଏହି ମତ୍ସ୍ୟଜୀବି ଜଣକ ହେଲେ ନିୟାନ ସିନ୍ଧୁଆ। କେବଳ କେବଳ ବରମୁଡା ଟ୍ରାଏଙ୍ଗଲ ପାଖ ସମୁଦ୍ରରେ ୧୧ ଦିନ ପର୍ଯ୍ୟନ୍ତ ଫଶି ରହିଥିଲେ ବଂର ଘରକୁ ସକୁଶଳେ ଫେରି ଆସିଛନ୍ତି। ଜୀବନ ସହ ଲଢି ଫେରି ଆସିବା କାହାଣୀ ତାଙ୍କର ଖୁବ୍  ଅଦ୍ଭୁତ। ସେ ଚୀନର ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଠାରୁ ୬୩ କିଲୋମିଟର ଦୂର ସମୁଦ୍ରରେ ୧୦ ମଇ ଠାରୁ ଫଶି ରହିଥିଲେ। ତାଙ୍କର ବୋଟର ପେଟ୍ରୋଲ ଶେଷ ହୋଇଯାଇଥିଲା। ନିଜକୁ ଜୀବନ୍ତ ବଞ୍ଚାଇ ରଖିବା ପାଇଁ ନିୟାନ ମାଛକୁ ଦିଆଯାଉଥିବା ଖାଦ୍ୟ ଖାଇବା ସହ ଶୋଷ ଲାଗିବା ସମୟରେ ନିଜର ପରିସ୍ରା ପିଇକି ବଞ୍ଚୁଥିଲେ।

ଏଭଳି ଦିନେ କିମ୍ବା ୨ ଦିନ ନୁହେଁ, ବଂର ୧୧ ଦିନ କରିବାକୁ ପଡିଥିଲା। ୨୧ ମଇରେ ଏକ କାର୍ଗୋ ସିପ୍ ତାଙ୍କୁ ଉଦ୍ଧାର କରିବା ଫଳରେ ନିୟାନ ଘରକୁ ଫେରିଥିଲେ। ଚୀନର ଗଣମାଧ୍ୟମର କହିବା ଅନୁସାରେ ନିୟାନ ମାଛ ଧରିବାକୁ ଯାଇ ସମୁଦ୍ର ଭିତରକୁ ପଶିଯାଇଥିଲେ। ପ୍ରବଳ ପବନ ହେବା କାରଣରୁ ତାଙ୍କର ପେଟ୍ରୋଲ ବୋଟ୍ ଏସିଆର ବରମୁଡା ଟ୍ରାଏଙ୍ଗଲରେ ଫଶି ଯାଇଥିଲା।

ନିୟାନ ଗତ ୩୬ ବର୍ଷ ହେବ ମାଛ ଧରିବା କାମ କରୁଛନ୍ତି। ତାଙ୍କ ପରିବାର ଲୋକ ସେ ଫେରିବାର ଆଶା ଛାଡି ଦେଇଥିଲେ। ଉଲ୍ଲେଖନୀୟ ଯେ, ଦକ୍ଷିଣ ଚୀନ ସାଗର ସମୁଦ୍ର ଭାବରେ ଜାପାନ, ଫିଲିପିପ୍ସ ଓ ଇଣ୍ଡୋନେସିଆ ଏସିଆର ବରମୁଡା ଟ୍ରାଏଙ୍ଗେଲ ଘୋଷଣା କରିଥିଲେ। ବାସ୍ତବିକରେ ବରମୁଡା ଟ୍ରାଏଙ୍ଗଲ ଉତ୍ତର ଆଟଲାଣ୍ଟିକ ମହାସାଗରର ଏକ ଅଂଶ, ଯାହାକୁ ସୈତାନର ଦ୍ବୀପ ବୋଲି ମଧ୍ୟ କୁହାଯାଏ। ଏଠାରେ ୨୦୧୬ରୁ ଏପର୍ଯ୍ୟନ୍ତ ୮୫ଟି ଜାହାଜ ନିଖୋଜ ହୋଇସାରିଛି।