ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନେହେରୁ ବଙ୍ଗଳା ନିକଟରେ ବୁଡ଼ିଲା ମାଛଧରା ବୋଟ୍, ଜଣେ ମତ୍ସ୍ୟଜୀବୀ ନିଖୋଜ

Published By : Rasmita Pradhan | October 17, 2024 2:51 PM

ପାରାଦୀପ, ୧୭/୧୦ : ମାଛ ଧରି ଫେରିବା ବେଳେ ଅଘଟଣ। ନେହେରୁ ବଙ୍ଗଳା ନିକଟସ୍ଥ ସମୁଦ୍ରରେ ବୁଡିଲା ମାଛଧରା ବୋଟ୍। ବୋଟରେ ୩ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। 

ସୂଚନାନୁଯାୟୀ, ଦୟା ସାଗର ନାମକ ଏକ ମାଛଧରା ବୋଟ୍ ବୁଧବାର ସମୁଦ୍ରକୁ ରାତିରେ ମାଛ ଧରିବାକୁ ଯାଇଥିଲା। ଆଜି ମାଛ ଧରି ଫେରୁଥିବା ବେଳେ ଉଚ୍ଚା ଲହଡି ଯୋଗୁଁ ବୋଟ୍‌ଟି ନେହେରୁ ବଙ୍ଗଳା ନିକଟସ୍ଥ ସମୁଦ୍ରରେ ବୁଡି ଯାଇଥିଲା। ଏହି ବୋଟ୍‌ରେ ୩ ଜଣ ମତ୍ସ୍ୟଜୀବୀ ଥିଲେ। ସ୍ଥାନୀୟ ବୋଟ୍ ସହାୟତାରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ନିଖୋଜ ଜଣଙ୍କ ହେଉଛନ୍ତି ଗୋପିଲା ସିନୁ। ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ସିନୁଙ୍କର ସନ୍ଧାନ ମିଳିନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.