ଭୁବନେଶ୍ଵର : ପୁଶ୍ ଅପ୍ସ... ଏଭଳି ଏକ ଏକ୍ସରସାଇଜ୍ ଯାହା ସମ୍ପୂର୍ଣ୍ଣ ବଡି ସିଷ୍ଟମକୁ ରିବୁଟ୍ କରିଦିଏ। ଏହି ଏକ୍ସରସାଇଜ୍ କରିବା ଦ୍ଵାରା ବହୁ ସ୍ଵାସ୍ଥ୍ୟଗତ ଲାଭ ମିଳିଥାଏ। ଉଭୟ ପୁରୁଷ ଓ ମହିଳା ଏହି ବ୍ୟାୟାମ କରୁଛନ୍ତି। ଏଥିପାଇଁ ନା ଜିମ୍ ଯିବାକୁ ପଡ଼ିବ ନା କୌଣସି ଉପକରଣର ଆବଶ୍ୟକ ପଡ଼ିବ। ଏବେ ପ୍ରଶ୍ନ ଉଠୁଛି ଏହି ବ୍ୟାୟାମ ମହିଳାମାନେ କରିବା ଉଚିତ୍ କି ନାହିଁ ? ଏଭଳି କରିବା ଦ୍ଵାରା ମହିଳାମାନଙ୍କୁ କଣ ଲାଭ ମିଳେ ? କେତେ ଥର ଏହି ବ୍ୟାୟାମ କରିବା ଉଚିତ୍ ? 

​​​​​​​

ଘର ଯାକର ତାମଝାମ୍ ଓ ଅଫିସର ଚାପ ଭିତରେ ମହିଳାମାନଙ୍କୁ ନିଜ ପାଇଁ ସମୟ ମିଳେ ନାହିଁ। ସେମାନେ ଜିମ୍ ଯାଇପାରନ୍ତି ନାହିଁ। ତେଣୁ ନିଜକୁ ଫିଟ୍ ରଖିବାକୁ ମହିଳାଙ୍କ ପାଇଁ ପୁଶ୍ ଅପ୍ସ ସବୁଠୁ ସହଜ ଏବଂ ପ୍ରଭାବୀ ଏକ୍ସରସାଇଜ୍। ଏହା ମହିଳାଙ୍କ ଆତ୍ମବିଶ୍ଵାସ ଉପରେ ବି ପ୍ରଭାବ ପକାଏ। ତେବେ ପ୍ରଶ୍ନ ଉଠୁଛି ପୁଶ୍ ଅପ୍ସ ସବୁ ବର୍ଗର ମହିଳା କରିପାରିବେ କି ନାହିଁ ?

ପୁଶ୍ ଅପ୍ସ ମହିଳାଙ୍କ ମାଂସପେଶୀକୁ ମଜବୁତ କରେ। ଏହା ଏକ କମ୍ପାଉଣ୍ଡ ଏକ୍ସରସାଇଜ୍। ଅର୍ଥାତ୍ ଏକାସଙ୍ଗରେ ଏକାଧିକ ମାଂସପେଶୀ କାମ କରେ। କାନ୍ଧ, ଛାତି, ଟ୍ରାଇସେପ୍ସ, କୋର୍, ପିଠି ଏବଂ ହିପ୍ସ ଉପରେ ଏହାର ପ୍ରଭାବ ପଢେ। ଏହାଦ୍ଵାରା ମହିଳାଙ୍କୁ ଅଧିକ ଓଜନ ଉଠାଇବା ଆବଶ୍ୟକ ନାହିଁ କେବଳ ନିଜ ଶରୀରର ଓଜନ ଉଠାଇବାକୁ ପଡ଼ିବ। ଏହାଦ୍ଵାରା ପେଟରୁ ମୋଟାପଣ କମିଯାଏ। ଫ୍ୟାଟ୍ ବର୍ଣ୍ଣିଂ ହୁଏ। ପ୍ରତିଦିନ ୫ ରୁ ୧୦ ପୁଶ୍ ଅପ୍ସ କରିବା ଉଚିତ୍। ଧୀରେ ଧୀରେ ଏହାକୁ ବଢାଇ ୧୫ ରୁ ୨୦ ଥର କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅଧିକ ସମୟ ଅଫିସ୍‌ରେ ବସିବା ଯୋଗୁଁ ବ୍ୟାକ୍ ପେନ୍ ହୁଏ। ପୁଶ୍ ଅପ୍ସ କରିବା ଦ୍ଵାରା ଏହି ସମସ୍ୟା ଦୂର ହୁଏ। ସ୍ପାଇନ୍ ସପୋର୍ଟ ବଢେ।