ମାଲକାନଗିରି, ୩୧।୭ (ଆପ୍ର):ମାଲକାନଗିରି ଜିଲ୍ଲା ଦୌରା ଜଜ ଡ.ପ୍ରସନ୍ନ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣୀ କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ମୋଟୁ ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଗ୍ରାମର ମୁକୁନ୍ଦ କନ୍ତେରିଙ୍କୁ ତାଙ୍କ ପତ୍ନୀ ମଙ୍ଗୁଳିଙ୍କ ସମ୍ମୁଖରେ ଉକ୍ତ ଗ୍ରାମର ୫ ଜଣ ବ୍ୟକ୍ତି ଗୁଣୀଗାରେଡି ସନ୍ଦେହରେ ଗତ ୨୦୨୦ ମସିହା ଫେବ୍ରୁଆରି ମାସରେ ହତ୍ୟା କରି ମର ଶରୀରକୁ ପୋଡି ଦେଇଥିଲେ। ଏହାକୁ ନେଇ ମୃତକଙ୍କ ପରିବାର ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାର ତଦନ୍ତ କରି ଲବକୁଶ କନ୍ତେରି, ସୋମନାଥ ଜାଲା, ସୁକୁ ଜାଲା, ଶଙ୍କର ମାଝୀ ଓ ମଙ୍ଗୁ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାଟି ବିଚାରଧୀନ ଥିବା ବେଳେ ଗୁରୁବାର ଜିଲ୍ଲା ଜର୍ଜ ଡ. ପ୍ରସନ୍ନ କୁମାର ପଣ୍ଡା ୧୦ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାକୁ କ୍ୟାଡର ପିପି ଯୋଗେନ୍ଦ୍ର ରାଇକା ଦକ୍ଷତାର ସହ ପରିଚାଳନା କରିଥିଲେ।