ତେହେରାନ : ଆମେରିକା ଓ ଇସ୍ରାଏଲ ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଗଚୀ ଓ ସଂସଦର ସ୍ପିକର ମହମ୍ମଦ ଗାଲିବାଫଙ୍କୁ ହିଟ୍ ଲିଷ୍ଟରୁ ହଟାଇ ଦେଇଛନ୍ତି। ଏହି ଦୁଇ ଲୋକଙ୍କୁ ୪ରୁ ୫ ଦିନ ପାଇଁ ହିଟ୍‌ ଲିଷ୍ଟରୁ ଏହି ଆଶା ସହ ହଟେଇ ଦିଆଯାଇଛି ଯେ, ଇରାନ ସହ କୌଣସି ଚୁକ୍ତି ହୋଇ ପାରିବ। ସୂଚନା ମିଳିଛି ଯେ, ଏହି ଯୁଦ୍ଧରେ ମଧ୍ୟସ୍ଥତା କରିବାରେ ଲାଗିଥିବା ତିନୋଟି ଇସଲାମିକ ଦେଶ ପାକିସ୍ତାନ , ତୁର୍କୀ ଓ ମିଶର ଆମେରିକା ଓ ଇସ୍ରାଏଲ ସହ ଏହାର ଅପିଲ କରିଥିଲେ। ଏହି ସବୁ ଦେଶର କହିବା ଥିଲା ଯେ,ଯଦି ଏହି ଲୋକଙ୍କୁ ମଧ୍ୟ ମାରି ଦିଆ ଯାଏ ତ ପୁଣି ଇରାନ ସହ କୂଟନୈତିକ ଆଲୋଚନା କରିବାରେ ପ୍ରୟାସର ବିକଳ୍ପ ଶେଷ ହୋଇଯିବ। କୁହାଯାଉଛି ଯେ, ଏହି ଅପିଲ ପରେ ଟ୍ରମ୍ପ ପ୍ରଶାସନ ଓ ନେତନ୍ୟାହୁ ୫ଦିନ ପାଇଁ ସମୟ ଦେଇଛନ୍ତି।

ଏହି ଦୁଇ ନେତାଙ୍କୁ ଏହି ସମୟ ଅବଧିରେ ହିଟ୍ ଲିଷ୍ଟରୁ ବାହାରେ ରଖାଯିବ। ତାଙ୍କୁ ହତ୍ୟା କରିବାର କୌଣସି ପ୍ରୟାସ କରାଯିବ ନାହିଁ। ଉକ୍ତ ସମୟ ଅବଧି ମଧ୍ୟରେ ଯଦି କୌଣସି ଡିଲ୍ ହୋଇ ନପାରେ ତ ଏମାନେ ପୁଣି ହିଟ୍ ଲିଷ୍ଟରେ ସାମିଲ ହୋଇ ପାରନ୍ତି। କୁହାଯାଉଛି ଏଥିରେ ତିନୋଟି ଦେଶର ଭୂମିକା ରହିଛି, କିନ୍ତୁ ପାକିସ୍ତାନ ଗୁରୁବାର ଦାବି କରିଥିଲା ଯେ,ସେ ଏକୁଟିଆ ଅନୁରୋଧ କରିବା ପରେ ଆମେରିକା ଓ ଇସ୍ରାଏଲ ରାଜି ହୋଇଛନ୍ତି। ପାକିସ୍ତାନୀ ସୂତ୍ରାନୁସାରେ , ଇସ୍ରାଏଲ ଏହି ଲୋରଙ୍କୁ ନିପାତ କରିବାକୁ ଚାହୁଁ ଥିଲା। ଆମେ ଆମେରିକାକୁ କହିଲୁ କି ,ଯଦି ଏହି ଲୋକଙ୍କୁ ମଧ୍ୟ ମାରି ଦିଆଯାଏ ତ ପୁଣି କେହି ଆଲୋଚନା ପାଇଁ ରହିବେ ନାହିଁ। ଏହାପରେ ଆମେରିକା ଇସ୍ରାଏଲକୁ କହି ଏହି ଲୋକଙ୍କୁ ହିଟ୍ ଲିଷ୍ଟରୁ ବାହାର କରିଦେଇଛି।

ହେଲେ ଏହି ଆଶ୍ୱସ୍ତି ଅଧିକ ଦିନ ପାଇଁ ନୁହେଁ ଏବଂ ଗୋଟିଏ ଡେଡଲାଇନ୍ ମଧ୍ୟ ଇସ୍ରାଏଲ ଏବଂ ଆମେରିକା ସ୍ଥିର କରିଦେଇଛନ୍ତି। ୱାଲ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁସାରେ ଗାଲିବାଫ ଓ ଅରାଗଚିକୁ ଟାର୍ଗେଟ୍ ଲିଷ୍ଟରୁ ହଟେଇ ଦିଆଯାଇଛି।ଖବର ଯେ, ଏହି ନିଷ୍ପତ୍ତି ପରେ ତୁର୍କୀ , ପାକିସ୍ତାନ ଓ ମିଶର ପକ୍ଷରୁ ଇରାନକୁ ରାଜି କରେଇବାକୁ ଚେଷ୍ଟା ଜାରି ରହିଛି। ଏହି ତିନି ଦେଶ ଚାହାନ୍ତି ଯେ, ଆଗାମୀ ୪ରୁ ୫ ଦିନରେ ଇରାନ ସହ କୌଣସି ଡିଲ୍ ହୋଇ ଯାଉ। ପାକିସ୍ତାନ ତ ନିଜର ହିଁ କୌଣସି ସହରରେ ଆଲୋଚନା କରିବାର ପ୍ରସ୍ତାବ ମଧ୍ୟ ରଖିଛି , କିନ୍ତୁ ଏବେସୁଦ୍ଧା ଇରାନ ପକ୍ଷରୁ କୌଣସି ଜବାବ ଆସି ନାହିଁ।

ଏହାସହ ମଧ୍ୟ ପଢନ୍ତୁ : 'ଇରାନ ୭ ଦିନ ମାଗିଥିଲା ମୁଁ ୧୦ ଦିନ ଦେଇଛି'; ତେହେରାନର ଏନର୍ଜି ପ୍ଲାଣ୍ଟ ଉପରେ ଆକ୍ରମଣ ବନ୍ଦର ନୂଆ ଡେଡ୍‌ଲାଇନ୍‌ ଦେଲେ ଟ୍ରମ୍ପ