PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଝାରସୁଗୁଡ଼ାରୁ ୬ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଝାରସୁଗୁଡ଼ାରୁ ଦେଶର ୬ଟି ପ୍ରମୁଖ ସହରକୁ ବ୍ୟାବସାୟିକ ବିମାନ ଉଡ଼ିବ । ଭୁବନେଶ୍ୱର ସମେତ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ରାୟପୁରକୁ ଏହି ବିମାନ ଚାଲିବ । ଉଡ଼ାନ୍‌-୩ ଯୋଜନା ଅଧୀନରେ ନୂଆ କରି ଖୋଲିଥିବା ଏହି ବିମାନବନ୍ଦରରୁ ଦେଶର ଅନ୍ୟ ସ୍ଥାନକୁ ବିମାନ ସେବା ମିଳିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରୁ ବିମାନ ଉଡ଼ିବାକୁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଓ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଓ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଉଡ଼ାନ୍‌ ଯୋଜନାର ସଫଳ କାର୍ଯ୍ୟକାରିତା କରିଛନ୍ତି । ଦେଶର ବିମାନ ଯୋଗାଯୋଗ ମାନଚିତ୍ରରେ ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି । ପୂର୍ବରୁ ଉଡ଼ାନ୍‌-୧ରେ ଭୁବନେଶ୍ୱର, ଝାରସୁଗୁଡ଼ା, ରାୟପୁର ଓ ଜଗଦଲପୁର ଯାଏ ବିମାନସେବା ସୀମିତ ଥିଲା ।
ଏବେ ଉଡ଼ାନ୍‌-୩ରେ ଦେଶର ପ୍ରମୁଖ ୫ଟି ସହରକୁ ବିମାନ ଉଡ଼ିବ । ଦୁଇ ବିମାନ କମ୍ପାନୀ ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନ୍‌ ଝାରସୁଗଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ପ୍ରଦାନ କରିବେ । ସ୍ପାଇସ୍‌ ଜେଟ୍‌ କମ୍ପାନୀ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଚାଲିବ । ଜେଟ୍‌ ଏୟାର ମୁମ୍ବାଇ ଓ ସ୍ପାଇସ ଜେଟ୍‌ କମ୍ପାନୀ ଦିଲ୍ଲୀକୁ ବିମାନ ଚଲାଇବେ । ଆଲାଏନ୍ସ ଏୟାର ଓ ଟର୍ବୋ ଆଭିଏସନ୍‌ ଝାରସୁଗୁଡ଼ାରୁ ଦିଲ୍ଲୀକୁ ବିମାନ ସେବା ଯୋଗାଇବ । ଝାରସୁଗୁଡ଼ା ଏବେ ଦେଶରେ ଏକ ପ୍ରମୁଖ ସହର ଭାବେ ପରିଗଣିତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଧର୍ମେନ୍ଦ୍ର କହିଥିଲେ, କେନ୍ଦ୍ର ସରକାର ଦେଶର ପୂର୍ବଭାରତକୁ ଫୋକସ୍‌ କରୁଛନ୍ତି । ଏଥିପାଇଁ ଓଡି଼ଶାର ଭିତ୍ତିଭୂମିର ମେରୁଦଣ୍ଡ ଓ ଆକାଶ ପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହୋଇଛି । ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଯୋଗୁ ପଶ୍ଚିମ ଓଡ଼ିଶାରେ ପ୍ରଥମ ବିମାନବନ୍ଦର ସ୍ଥାପନା ହୋଇଛି । ଏହା ମଧ୍ୟ ରାଜ୍ୟର ଦ୍ୱିତୀୟ ବୃହତ୍‌ ବିମାନବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହା ସମର୍ପିତ ହୋଇଛି ।
ଓଡି଼ଶାରେ ବିମାନବନ୍ଦର ଓ ବିମାନ ସେବାର ଉନ୍ନତି ପାଇଁ ମୋଦି ସରକାର ୧୨୦୦କୋଟିର ବ୍ୟୟବରାଦ କରିଛନ୍ତି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ଏହି ଟଙ୍କାରେ ରାଉରକେଲା, ଉତ୍‌କେଲା ଓ ଜୟପୁରଠାରେ ନୂଆ ବିମାନବନ୍ଦର ନିର୍ମାଣ କରାଯିବ । ଏଥିସହ ଭୁବନେଶ୍ୱରରେ ବିମାନବନ୍ଦରର ଟର୍ମିନାଲର ଉନ୍ନତିକରଣ ସହ ସମନ୍ୱିତ ଟର୍ମିନାଲ ପ୍ରତିଷ୍ଠା କରାଯିବ । ଏହାବାଦ୍‌ ଓଡି଼ଆ ଲୋକଙ୍କ ବିମାନସେବା ପାଇଁ ଥିବା ଆଶା ପୂରଣ କରିବାକୁ କେନ୍ଦ୍ର ସରକାର ଭାଏବିଲିଟି ଗ୍ୟାପ୍‌ ଫଣ୍ଡ ବାବଦରେ ୧୦୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିମାନସେବା ସମେତ ରାଜ୍ୟର ଖଣିଜସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲାଗୁଡି଼କ ସହ ବନ୍ଦରଗୁଡିକୁ ସଂଯୋଗ କଲେ ଏହା ରାଜ୍ୟର ଆର୍ଥିକ ଗତିକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର