ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୁରୁବାର ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ

Published By : Rasmita Pradhan | October 24, 2024 2:33 PM

ଭୁବନେଶ୍ୱର, ୨୪/୧୦ : ବାତ୍ୟା ପ୍ରଭାବରେ ଭୁବନେଶ୍ୱରରେ ପବନ ବେଗ ୩୫ ରୁ ୪୦ କିମିରୁ ଅଧିକ ରହିବ। ଏନେଇ ପାଣିପାଗ ସୂଚନା ରହିଛି। ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ। ଗତକାଲି ରାତିରେ ଏନେଇ ଜରୁରୀକାଳୀନ ବୈଠକ ବସିଥିଲା। ତେଣୁ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ ବୋଲି ସବୁ ଅଂଶୀଦାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

ସୂଚନାନୁଯାୟୀ, ଆସନ୍ତାକାଲି ସକାଳେ ପୁଣି ସମୀକ୍ଷା ହେବ। ପାଣିପାଗ ଦେଖି ବିମାନ ଉଡିବା କି ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯିବ। ଏହାଦ୍ଵାରା ୪୦ ବିମାନ ସେବା ପ୍ରଭାବିତ ହେବ। ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟୁଲ ହେବ କି ଟିକେଟ କ୍ୟାନସଲ ହେବ। 

ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ବଡ଼। ଏବେ ଦିଲ୍ଲୀ ହେଡକ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି। ସେମାନେ ଆମକୁ ବୈଷୟିକ ନିର୍ଦେଶ ଦେଇଛନ୍ତି। ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ। ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ। ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ ନହେଲେ ଫ୍ଲାଇଟ୍ ରିସ୍ୟୁଡୁଲ କରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.