୩ ଦିନ ପାଇଁ ଫ୍ଲିପକାର୍ଟ ଅଫର: ୮୦% ପର୍ଯ୍ୟନ୍ତ ମିଳୁଛି ରିହାତି, ୧୦୦ ଟଙ୍କାରୁ ବି କମ୍ ମୂଲ୍ୟରେ ପାୱାରବ୍ଯାଙ୍କ…

ନୁଆଦିଲ୍ଲୀ ୧/୬: ଫ୍ଲିପକାର୍ଟ ଫ୍ଲିପଷ୍ଟାର୍ଟ ଡେଜ୍ ସେଲର ଆରମ୍ଭ ଆଜି ଅର୍ଥାତ୍ ୧ ଜୁନରୁ ଆରମ୍ଭ ହୋଇଯାଇଛି । ୩ ଦିନ ପର୍ଯ୍ୟନ୍ତ ଚାଲିବ ଏହି ସେଲ୍ । ଏଥିରେ ଗ୍ରାହକଙ୍କୁ ଏଲକଟ୍ରୋନିକ୍, ଗ୍ୟାଜେଟ୍, ଫ୍ୟାଶନ ଏବଂ ହୋମ୍ ଆପ୍ଲାଏନ୍ସ ଭଳି ପ୍ରଡକ୍ଟକୁ ଅଧା ମୂଲ୍ୟରୁ ମଧ୍ୟ କମ୍ ଦାମରେ କିଣି ପାରିବେ । ଏହା ବ୍ୟତୀତ ଆକ୍ସିସ୍ ବ୍ଯାଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରେ ମଧ୍ଯ ସପିଂ କଲେ ୧୦ ପ୍ରତିଶତ ଏକ୍ସଟ୍ରା ରିହାତି ଦିଆଯାଉଛି । ଏହା ସହିତ ଇଏମଆଇରେ ଓ ଏକ୍ସଚେଞ୍ଜ ଅଫରରେ ମଧ୍ୟ ପ୍ରଡକ୍ଟ କ୍ରୟ କରାଯାଇପାରିବ ।
ଇଲକଟ୍ରୋନିକ୍ସରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି
ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ ସେଲରେ ଇଲେକଟ୍ରୋନିକ୍ ଆଇଟମ୍ ଉପରେ ୮୦ ପ୍ରତିଶତ ପର୍ଯ୍ୟ୍ତ ରିହାତି ଦିଆଯାଉଛି । ଗ୍ରାହକଙ୍କୁ ସେଲରେ ସୋନି ଜେବିଏଲର ହେଡଫୋନ୍ ଓ ସ୍ପିକର୍ସ ଉପରେ ୭୦ ପ୍ରତିଶତ ପର୍ଯ୍ଯନ୍ତ ରିହାତି ମିଳୁଛି । କେବଳ ଏତିକି ନୁହେଁ, ଏଚପି, ଏସର ଭଳି ଲାପଟପ୍ କିଣିଲେ ୧୨,୯୯୦ ଟଙ୍କାର ଆରମ୍ଭରେ କମ୍ ମୂଲ୍ଯରେ କ୍ରୟ କରାଯାଇପାରିବ ।
୧୦୦ ଟଙ୍କାରୁ କମ୍ ମୂଲ୍ୟରେ ପାୱାର ବ୍ୟାଙ୍କ
ସେଲରେ ଗ୍ରାହକଙ୍କ ସିସକା ପାୱାର ବ୍ଯାଙ୍କ, ମୋବାଇଲ କେସ୍ ଓ ଫୋନ୍ ଆସେସିରିଜକୁ ୯୯ ଟଙ୍କାରେ କମ୍ ମୂଲ୍ଯରେ ଘରକୁ ନେଇ ପାରିବେ । ଏହି ପ୍ରଡକ୍ଟ କାଟାଗୋରିରେ ୟୁଜର୍ସଙ୍କୁ no-cost EMIର ଅପ୍ସନ ମଧ୍ଯ ଦିଆଯାଉଛି ।
ଫ୍ୟାଶନ ପ୍ରଡକ୍ଟ୍ସ ଉପରେ ୮୦ ପ୍ରତିଶତ ରିହାତି
ଫ୍ଲିପକାର୍ଟ ଡେଜରେ ଫ୍ଯାସନ ପ୍ରଡକ୍ଟ୍ସ ଉପରେ ୪୦-୮୦ ପ୍ରତିଶତ ପର୍ଯ୍ଯନ୍ତ ରିହାତି ଦିଆଯାଉଛି । ଏଠାରେ ୧୦୦୦ରୁ ଅଧିକ ଫ୍ୟାଶନ ବ୍ରାଣ୍ଡ ଉପଲବ୍ଧ ରହିଛି । ବ୍ୟୁଟି, ବେବି କେୟାର ଆଦି ପ୍ରଡକ୍ଟ୍ସ ଉପରେ ମଧ୍ଯ ୮୦ ପ୍ରତିଶତ ପର୍ଯ୍ଯନ୍ତ ରିହାତି ମିଳୁଛି ।
ଟିଭି ଉପରେ ୭୫ପ୍ରତିଶତ ପର୍ଯ୍ୟନ୍ତ ରିହାତି
ସେଲରେ ଟିଭି ଓ ହୋମ୍ ଆପ୍ଲାଏନ୍ସ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏଥିରେ Vu Smart HD TV(32 ଇଞ୍ଚ) କୁ ୧୨,୪୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ଯରେ କ୍ରୟ କରାଯାଇପାରିବ । ଏଥିରେ ଏସି, ଫ୍ରିଜକୁ ୫୦ ପ୍ରତିଶତ ରିହାତିରେ ଘରକୁ ନିଆଯାଇପାରିବ । ଏହା ବ୍ୟତୀତ ସେଲରେ ହୋମ୍ ଆଣ୍ଡ ଫର୍ଣ୍ଣିଚର କାଟାଗୋରୀ ପ୍ରଡକ୍ଟ୍ସ ଉପରେ ୩୦-୭୫ପ୍ରତିଶତ ରିହାତି ମିଳୁଛି ।