ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କମୁଛି ସୁବର୍ଣ୍ଣରେଖା ହେଲେ କମିନି ଦୁର୍ଦ୍ଦଶା, ଏବେବି ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟାଜଳ

Published By : Rasmita Pradhan | June 23, 2025 8:17 AM

ଜଳେଶ୍ଵର/ଭୋଗରାଇ, ୨୩/୬ : କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ହେଲେ କମିନି ଦୁର୍ଦ୍ଦଶା। ଏବେବି ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟାଜଳ। ବନ୍ୟାପାଣି ଛାଡ଼ି ନଥିବାରୁ ତଳିଆ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ୧୫ ଉର୍ଦ୍ଧ୍ଵ ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ବିଶେଷ କରି କୁମ୍ଭୀରଗଡି, ମନୁ  ନଗର, ଖୋଲାବାଡ଼ିଆ, ଆରୁହାବର୍ତି, କୁଲ୍ହା, କୁସୁଡ଼ା ଗବଗାଁ, ଆଦି ଗାଁରେ ଏବେବି ଲୋକଙ୍କ ଘର ଦ୍ୱାର ବନ୍ୟା ପାଣିରେ ବୁଡ଼ି ରହିଛି। ୧୧୦ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଲୋକମାନେ ଉଚ୍ଚା ସ୍ଥାନରେ ପଲିଥିନ୍ ତଳେ ସାହାରା ନେଇଛନ୍ତି। କେତେକ ସ୍ଥାନରେ ରିଲିଫ୍ ସାମଗ୍ରୀ ପହଞ୍ଚି ନଥିବା କାରଣରୁ ଅସନ୍ତୋଷ ପ୍ରକାଶ ପାଇଛି। 

ସେହିପରି ବାଳିଆ ବ୍ଲକର ୬ଟି ପଞ୍ଚାୟତ ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ, ଜାମକୁଣ୍ଡାର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଏବେବି ଚୌଧୁରୀକୁଦ, ବିଷ୍ଣୁପୁର, ଚଢ଼ବସ୍ତ କଳାରୁହି, ପାଳଚାମ୍ପି, ଜାମକୁଣ୍ଡା, କୁହ୍ଲାଚଢ଼, ତାଳପଡା, ବଡ଼ତାଳପଦା ଆଦି ଗାଁ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ଲହଡ଼ି ମାରୁଛି। ପରିବା ଓ ଲଳିତା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜଘାଟ ଠାରେ ସତର୍କ ସୂଚନା ତଳେ ସୁବର୍ଣ୍ଣରେଖା ନଦୀ ଜଳ ପ୍ରବାହିତ ହେଉଛି। ସତର୍କ ସୂଚନା ୯. ୪୫ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୮. ୯୧ ମିଟର ରହିଛି। 



 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.