PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଗୟଳବାଙ୍କ ପୁରୁଣା ବନ୍ଧରେ ଘାଇ, ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ

କଟକ, ୧୫/୦୮ : ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଙ୍କୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଙ୍କୀର ଗୟଳବାଙ୍କ ଅଞ୍ଚଳରେ ମହାନଦୀର ପୁରୁଣା ବନ୍ଧରେ ଘାଇ ସୃଷ୍ଟି ହୋଇଛି। ଫଳରେ ଚାଷୀଙ୍କ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। ଘାଇ ଭାଙ୍ଗିଥିବାରୁ ଗୟଳବାଙ୍କ ଗାଁରେ ବନ୍ୟାଜଳ ପ୍ରବେଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସେପଟେ ମହାନଦୀରେ ବନ୍ୟା ଆସିବାରୁ ବାଙ୍କୀର କଇଁମୁଣ୍ଡି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଗାଁ ଭିତରୁ ଲୋକେ ବାହାରକୁ ଆସିପାରୁ ନାହାଁନ୍ତି । ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଛି। ଅପର ପକ୍ଷରେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିଛି ସ୍ଥାନର ବୋଟ୍ ଆଉ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ବନ୍ୟା ପ୍ରଭାବିତ ଗ୍ରାମବାସୀମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।