ଏକାମ୍ରକାନନରେ ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର,12।1(ବୁୟରୋ): ଦେଶୀ, ବିଦେଶୀର ଭଳିକି ଭଳି ଫୁଲ ମନରେ ଭରୁଥିଲା ଉନ୍ମାଦନା, ଦେଉଥିଲା ଭିନ୍ନ ଏକ ଅନୁଭୂତି। ପୁଣି ଆକର୍ଷଣୀୟ ରଙ୍ଗବେରଙ୍ଗ ସାଙ୍ଗକୁ ମହମହ ବାସ୍ନା କରୁଥିଲା ଅନ୍ୟମନସ୍କ, ଟାଣୁଥିଲା ନଜର। ଯେତେ ଦେଖିଲେ ବି ଭରୁ ନଥିଲା ମନ, ତୁଟୁ ନଥିଲା ମୋହ। ଆଉ ଘଡ଼ିଏ ଅଟକାଇବାକୁ ବାଧ୍ୟ କରୁଥିଲା। ଅବସର ଥିଲା ଏକାମ୍ରକାନନରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଲ ପ୍ରଦର୍ଶନୀ।
ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆର୍ପିଆର୍ସି), ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍, ନାଲ୍କୋ ଓ ଉଦ୍ୟାନ କୃଷି ନିର୍ଦ୍ଦଶୋଳୟର ମିଳିତ ସହଯୋଗରେ ଆଜିଠୁ ଏକାମ୍ରକାନନରେ ଆରମ୍ଭ ହୋଇଛି ଦୁଇଦିନିଆ ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ। ଏହି ଅବସରରେ ଆର୍ପିଆର୍ସି ପରିସରରେ ଏକ ମଡର୍ଣ୍ଣ ଟିସୁ କଲ୍ଚର୍ ଲାବରେଟାରୀ ଏବଂ ଏକାମ୍ରକାନନ ପରିସରରେ ଫାଉଣ୍ଟେନ୍ ଉଦ୍ଘାଟିତ ହୋଇଥିଲା।
ଏହାସହ ମନ୍ତ୍ରୀଙ୍କ ଦ୍ବାରା ବାର୍ଷିକ ସ୍ମରଣିକା ‘ସବୁଜିମା’ ଏବଂ ଆର୍ପିଆର୍ସି ଦ୍ବାରା ପ୍ରସ୍ତୁତ 8ଟି ପୁସ୍ତକ, ବିବରଣିକା, ଏବଂ କ୍ଷୁଦ୍ର ବହି ଲୋକାର୍ପିତ ହୋଇଯାଇଛି। ଚଳିତ ବର୍ଷ 26ଟି ନର୍ସରୀ 30ଟି ସ୍ଥାନରେ ନିଜର ପ୍ରଦର୍ଶନୀ ସାଙ୍ଗକୁ ବିକ୍ରିବଟା କରୁଛନ୍ତି। ସେହିପରି ବଗିଚା ବିଭାଗରେ ପ୍ରତିଯୋଗିତା ପାଇଁ 70ରୁ ଅଧିକ ଅଂଶଗ୍ରହଣକାରୀ ଥିବାବେଳେ ଚିତ୍ର ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲରୁ 500ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆସନ୍ତାକାଲି ରବିବାର ଉଦ୍ଯାପନୀ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।
କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆର୍ପିଆର୍ସି ମୁଖ୍ୟ ନିର୍ବ।ହୀ ତଥା ପିସିସିଏଫ୍ ରେବେକା ନାୟର, ପରିବେଶ ନିର୍ଦ୍ଦଶେକ କେ. ମୁରୁଗେସନ୍, ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ସଭାପତି କ୍ଷୀରୋଦ ପ;ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ପୂର୍ବ।ହ୍ନ ସାଢ଼େ 11ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶନୀ ଖୋଲା ରହୁଛି।