ଭୁବନେଶ୍ୱର : ପିଲାଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ ସେମାନଙ୍କର ସ୍ୱାସ୍ଥ୍ୟ। ଅଧିକାଂଶ ବାପାମାଆ ପିଲାଙ୍କ ପେଟ ଭରିବା ଚକ୍କରରେ ସ୍ୱାସ୍ଥ୍ୟକର କିମ୍ୱା ଅସ୍ୱାସ୍ଥ୍ୟକର କିଛି ମଧ୍ୟ ଖୁଆଇ ଦିଅନ୍ତି। ଏହାସହ କିଛି ପିଲା ଜଙ୍କ ଫୁଡ୍ ଖାଇବାକୁ ଜିଦି କରନ୍ତି। କିନ୍ତୁ ବାସ୍ତବିକ କଣ ଏହି ଖାଦ୍ୟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର। କିଛି ଏମିତି ହିଁ ଖାଦ୍ୟ ଜିନିଷ ଅଛି ,ଯାହାକୁ କି କେବେ ପିଲାଙ୍କୁ ଖାଇବାକୁ ଦେବା ଉଚିତ୍ ନୁହେଁ। ଅପୋଲୋ ହସ୍ପିଟାଲର ଡାକ୍ତର ପ୍ରୀତି ପାଣ୍ଡେ ସେହି ସବୁ ଫୁଡ୍ସ ବିଷୟରେ କୁହନ୍ତି , ଯାହା ପିଲାଙ୍କ ପାଇଁ ସବୁଠୁ ଅଧିକ ହାନିକାରକ।
୧-ଅନେକ ଦିନରୁ ସକାଳେ ଗୋଟେ କପ୍ ଚା ଓ ବିସ୍କୁଟ୍ର କମ୍ୱିନେସନ ଅଧିକାଂଶ ଘରେ ଚାଲି ଆସିଛି। ଆଜିକାଲି ପିଲା ମଧ୍ୟ ଏହାକୁ ବଡ଼ ଆନନ୍ଦର ସହ ଖାଇଥାନ୍ତି। କିନ୍ତୁ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ସକାଳୁ ସକାଳୁ କଫିନ ପିଇବା ଖୁବ୍ ଖରାପ। ଆପଣ ଚା ସ୍ଥାନରେ କ୍ଷୀର ଓ ବାଦାମ ଖାଇବାକୁ ଦେଇ ପାରିବେ।
୨- ଆଜିକାଲି ପିଲା ପିତାମାତଙ୍କୁ ବର୍ଗର –ପିଜ୍ଜା ଖାଇବାକୁ ଦିଅନ୍ତି ଏବଂ ସେମାନେ ନିଜେ ବି ଏହାକୁ ଖାଇବା ଆରମ୍ଭ କରିଦେଇ ଥାନ୍ତି। ବର୍ଗର , ପିଜ୍ଜା , ଫ୍ରେଞ୍ଚ ଫ୍ରାଇଜ୍, ପାସ୍ତା , ମୋମୋଜ ପିଲାଙ୍କ ପାଇଁ କେବେ ବି ଭଲ ନୁହେଁ। ଏହି ସବୁ ଜିନିଷକୁ ଖାଇବା ଦ୍ୱାରା ପିଲା ଛୋଟବେଳୁ ହିଁ ମୋଟାପାର ଶିକାର ହୁଅନ୍ତୁ। ମୋଟାପା ଅନେକ ରୋଗ ସୃଷ୍ଟି କରିଥାଏ।
୩- ପିଲାଙ୍କୁ କମ୍ ବୟସରେ ହିଁ କୋଲ୍ଡ ଡ୍ରିଙ୍କ୍ ଓ ପେଷ୍ଟ୍ରି ପୂରା ଖାଇବା ପାଇଁ ଦିଅନ୍ତୁ ନାହିଁ। ଅନେକ ପିଲା କେକ୍ –ପେଷ୍ଟ୍ରିର ଦିୱାନା ହୋଇ ଥାନ୍ତି, କିନ୍ତୁ ଏହି ସବୁ ଜିନିଷରେ ସୁଗାର ଅଧିକ ମାତ୍ରାରେ ରହିଥାଏ। କୋଲ୍ଡ ଡ୍ରିଙ୍କ୍ରେ ସୋଡା ଥାଏ , ଯାହା ପେଟ ଓ ଆନ୍ତଃନଳୀ ପାଇଁ ଖରାପ ହୋଇଥାଏ। ଏସବୁକୁ ଖାଇବା ଦ୍ୱାରା ପେଟ ଖରାପ ରହିଥାଏ ଏବଂ ବ୍ଲଡ୍ ସୁଗାର ବଢିଥାଏ।
୪- ପିଲା ସ୍ନାକ୍ସରେ ଚିପ୍ସ , କୁରକୁରେ ଓ ଚକୋଲେଟ୍ ମଧ୍ୟ ଖୁବ୍ ଖାଇଥାନ୍ତି। ଅନେକ ପିଲା ଅଧିକାଂଶ ସମୟ ଏସବୁ ଖାଇ ଖାଦ୍ଯ ଛାଡ଼ି ଦେଇଥା’ନ୍ତି। ପ୍ରୋସେସ୍ଡ ଫୁଡ୍ ଚିପ୍ସ , ଚକୋଲେଟ୍ରେ ବହୁ ମାତ୍ରାରେ ଲୁଣ –ଚିନି ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।
୫- ପିଲାଙ୍କୁ ୨ ମିନିଟ୍ରେ ତିଆରି ହେଉଥିବା ମ୍ୟାଗି ବା ନୁଡଲ୍ସ ମଧ୍ୟ ଖାଇବା ପାଇଁ ଦେବା ଉଚିତ୍ ନୁହେଁ। ଏହି ସବୁ ଜିନିଷରେ କେବଳ ମଇଦା ରହି ଥାଏ, ଯାହା ଆନ୍ତଃନଳୀ ଓ ପେଟ ପାଇଁ ଭଲ ନୁହେଁ। ଏହା ଦୀର୍ଘ ସମୟ ଯାଏ ହଜମ ହୋଇ ନଥାଏ ଏବଂ ପୁଣି ପେଟ ଖରାପ ହୋଇ ଥାଏ।