ନୂଆଦିଲ୍ଲୀ: ଆରିଏନ ୬ ରକେଟ ଲଞ୍ଚକୁ ନେଇ ଏକ ବିସ୍ମୟକର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗତ ମାର୍ଚ୍ଚ ୬ ତାରିଖରେ ହୋଇଥିବା ଏହି ରକେଟର ଦ୍ୱୀତିୟ ଉତ୍ତକ୍ଷେପଣରେ ଏହା ସହ ଦୁଇଟି ଫ୍ରେଞ୍ଚ ଏୟାରଫୋର୍ସ ନିର୍ମିତ ରାଫେଲ ଫାଇଟର ଜେଟ ଏହି ରକେଟ ସହ ଉଡୁଥିବା ଦେଖାଯାଇଥିଲା।
ଏହି ଫୁଟେଜରେ ତିନି ଚାରୋଟି ରାଫେଲ ଜେଟ ରକେଟଟିକୁ ସ୍ପେସକୁ ଯାଉଥିବାର ଦୃଶ୍ୟକୁ ରେକର୍ଡ କରୁଥିବା ନଜରକୁ ଆସିଛନ୍ତି। ଖବର ମୁତାବକ ଆରିଏନ ୬ ରକେଟଟି ଏରିଆନସ୍ପେସ ଦ୍ୱାରା ପରିଚାଳିତ ଏକ ରକେଟ। ଯାହା ସଫଳତାର ସହ ନିଜର ପ୍ରଥମ ବାଣିଜ୍ୟିକ ଉଡାଣ ପୁରା କରିଛି। ଏହି ରକେଟଟି ପୃଥିବାର କକ୍ଷପଥରେ ସିଏସଓ-୩ ନାମକ ଏକ ଉପଗ୍ରହକୁ ସ୍ଥାନିତ କରିଛି ବୋଲି ରିପେର୍ଟ ପ୍ରକାଶ ପାଇଛି।

ଏହି ପ୍ରୋଗ୍ରାମଟି ୟୁରୋପ ସ୍ପେସ ଏଜେନ୍ସି ପାଇଁ ଏକ ମାଇଲ ଷ୍ଟୋନ ଭାବେ ପରିଗଣିତ କରାଯାଉଛି। ଏହି ପ୍ରୋଗ୍ରାମରେ ବ୍ୟବହାର କରାଯାଇଥିବା ରକେଟଟି ହାଲକା ହୋଇଥିବା ବେଳେ ଏହାକୁ ସରଳ ଉପାୟରେ ଲଞ୍ଚ କରାଯାଇ ପାରିଥାଏ ବୋଲି ଜଣାପଡିଛି। ତେବେ ଏହି ପ୍ରୋଗ୍ରାମରେ ଲଞ୍ଚ କରାଯାଇଥିବା ସିଏସଓ-୩ ଉପଗ୍ରହଟି ଫ୍ରାନ୍ସର ପ୍ରତିରକ୍ଷା ପ୍ରଣାଳୀ ସମ୍ୱଦ୍ଧିୟ ଉପଗ୍ରହ ବୋଲି ଜଣାପଡିଛି।
ଗତ ମାର୍ଚ୍ଚ ୬ ତାରିଖରେ ଏହି ରକେଟକୁ ଲଞ୍ଚ କରାଯାଇଥିଲା। ଏଥିରେ ଅକ୍ସିଲାରୀ ପ୍ରପ୍ୟୁଲସନ ୟୁନିଟ ଓ ଭିନିକ ଇଞ୍ଜିନର ବ୍ୟବହାର କରାଯାଇଥିଲା। ଲଞ୍ଚ ସଫଳତାର ସହ ହୋଇଥିଲା। କିନ୍ତୁ ଏହା କକ୍ଷ୍ୟପଥ ଆଡକୁ ଠିକସେ ଗତି କରୁଛି କି ନାହିଁ ଏହା ସୁନିଶ୍ଚିନ୍ତ କରିବାକୁ କେତେକ ରାଫେଲ ଫାଇଟର ଜେଟ ଏହାର ଗତିପଥ ଉପରେ ନଜର ରଖିଥିଲେ।
Some footage from those French Air Force Rafale fighters monitoring the skies over yesterday's Ariane 6 launch. Credit: Armee de I’Air det de L'Espace pic.twitter.com/tG3JtW5Jid
— Andrew Parsonson (@AndrewParsonson) March 7, 2025
ତେବେ ରାଫେଲ ଏତେ ଉପରେ ମଧ୍ୟ ସଫଳତାର ସହ ଉଡାଣ ଭରିଥିବାରୁ ବର୍ତ୍ତମାନ ସାରା ବିଶ୍ୱର ନଜର ରାଫେଲ ଉପରେ ରହିଛି। ଭାରତ ନିକଟରେ ମୋଟ ୨୬ ଟି ରାଫେଲ ଯୁଦ୍ଧ ବିମାନ ରହିଛି। ଏହା ଭାରତକୁ ବିଭିନ୍ନ ରଣନୈତିକ କୌଣଳ ସାଙ୍ଗକୁ ଶତ୍ରୁପକ୍ଷ ଆକ୍ରମଣରୁ ସୁରକ୍ଷା ଯୋଗାଇ ଦେବ ବୋଲି ଆଶା କରାଯାଉଛି।
ତେବେ ଆରିଏନ ୬ ରକେଟଟି ଆଗକୁ ସ୍ପେସ ମିସନରେ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବହନ କରିବାକୁ ଯାଉଛି। ଯେଉଁ ରକେଟ ବ୍ୟବହାର କରି ୟୁରୋପ ସ୍ପେସ ଏଜେନ୍ସି ପୃଥିବାର ନିମ୍ନ କକ୍ଷପଥ ସାଙ୍ଗକୁ ମହାକାଶକୁ ମଧ୍ୟ ମିଶନ ଲଞ୍ଚ କରିପାରିବ।