ନୂଆଦିଲ୍ଲୀ: ବିଦେଶ ସଚିବ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳ ବୃଦ୍ଧି । କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳ ୨୦୨୬ ଜୁଲାଇ ୧୪ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସୋମବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କହି ରଖୁଛୁ କି ,୧୯୮୯ ବ୍ୟାଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ବିକ୍ରମ ମିଶ୍ରି, ଜୁଲାଇ ୧୫ରେ ବିଦେଶ ସଚିବ ପଦ ଗ୍ରହଣ କରି ଥିଲେ। ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହୋଇଥା’ନ୍ତା।
ଉଲ୍ଲେଖନୀୟ ଯେ, ୧୯୮୯ ବ୍ୟାଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ହୋଉଛନ୍ତି ବିକ୍ରମ ମିଶ୍ରି। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ବିଦେଶ ସଚିବ ପଦ ପାଇଁ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳକୁ ୨୦୨୬ ଜୁଲାଇ ୧୪ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଯାହାବି ପ୍ରଥମେ ହେବ , ସେପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରୁଛନ୍ତି। ଏଫଆର ୫୬ (ଡି)ର ପ୍ରାବଧାନ ଅନୁସାରେ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।
ଅଧିକାରୀମାନେ କହିଛନ୍ତି କି ପ୍ରାବଧାନ ଜନହିତରେ ବିଦେଶ ସଚିବଙ୍କର ସେବାନିବୃତ୍ତିର ତିଥି ପରେ ମଧ୍ୟ ସେବା ବୃଦ୍ଧିର ଅନୁମତି ଦେଇଥାନ୍ତି।