ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ବାରିପଦା, ୨୨।୫ ଶିମିଳିପାଳରେ ପୁଣି ସକ୍ରିୟ ହେଲେ ଶୀକାରି । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ବନବିଭାଗ ପକ୍ଷରୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ଶିକାରୀ ଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡ ଆହତ ଗୁରୁତର ଆହତ ହେବା ପରେ ମୃତ୍ୟ ହୋଇଛି । ମୃତକ ଜଣକ ହେଲେ ବାରିପଦା ଭୁଗୁଡାକଟା ଅଞ୍ଚଳର ବିମଳ ଜେନା । ଘଟଣାଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାଉଁଶଖାଳ ବିଟ ଅଞ୍ଚଳରେ ଘଟିଛି ।