ମାଥିଲି, ୨୩/୦୫ : ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବନ ବିଭାଗର ପାରା କର୍ମଚାରୀ ଗୌରାଙ୍ଗ ପୂଜାରୀ। 

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ବନ କର୍ମଚାରୀ ଗୌରାଙ୍ଗ ପୂଜାରୀ ସବୁଦିନ ଭଳି ପାଟ୍ରୋଲିଂ କରିବାକୁ ଯାଉଥିଲେ। ପାଟ୍ରୋଲିଂ କଲାବେଳେ ରାସ୍ତାରେ ଅଚେତ ହୋଇ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାଥିଲି ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୌରାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହା ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ପରିବାରକୁ ସହାୟତା ଦେବା ପାଇଁ ଦାବି କରାଯାଉଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଭିତରେ ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ୧୬ ଜଣ ଅଂଶୁଘାତରେ ଜୀବନ ହରାଇଥିବା ଅଭିଯୋଗ ହୋଇଛି। ଯଦିଓ ସରକାରୀ ଭାବେ ଅଂଶୁଘାତରେ ଏଯାଏଁ ୩ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି। ୩ ଜଣ ମୃତକ ବଲାଙ୍ଗୀର, ସୁନ୍ଦରଗଡ଼, ଓ ସୁବର୍ଣ୍ଣ ଜିଲ୍ଲାର ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗକୁ ସରକାର ଖାରଜ କରିଛନ୍ତି। ବାକି ୯ଟି ମାମଲାରେ ତଦନ୍ତ ଜାରି ରହିଛି।...

ଏହି ଖବରଟିକୁ ପଢନ୍ତୁବଦଳି ନୀତିରେ ବଡ଼ ସଂସ୍କାର : ଆଉ କାମ କରିବନି ଟାଳଟୁଳ ନୀତି, ୩ ବର୍ଷ ହେଲେ ବସ୍ତାନି ବାନ୍ଧ... A,B ପାହ୍ୟା ଅଧିକାରୀଙ୍କୁ ନିଜ ଜିଲ୍ଲା ମନା