ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ପୁଣେ ବସ୍ ଡିପୋରେ ମହିଳାଙ୍କୁ ଦୁଷ୍କର୍ମ ମାମଲା; ପୂର୍ବତନ CJI କହିଲେ କେବଳ ଆଇନ୍ ତିଆରି କଲେ ଅପରାଧକୁ ରୋକାଯାଇ ପାରିବନି, ସଠିକଭାବେ କାର୍ଯ୍ୟକାରୀ କରିବା ଉଚିତ୍...

Published By : Prameya | February 27, 2025 7:19 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେର ସ୍ୱରଗେଟ୍ ବସ୍ ଡିପୋରେ ଏକ ବସ୍ ଭିତରେ ଜଣେ ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି। ସାରା ଦେଶରେ ଏହି ଫେରାର୍ ଅପରାଧୀଙ୍କ ପାଇଁ କଠୋର ଦଣ୍ଡ ପାଇଁ ଦାବି ବଢିବାରେ ଲାଗିଛି । ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। 

ପୂର୍ବତନ ମୁଖ୍ୟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଆଜି (ଗୁରୁବାର) କହିଛନ୍ତି ଯେ, ନିର୍ଭୟା ଘଟଣା ପରେ ଆଇନରେ ଅନେକ ସଂଶୋଧନ କରାଯାଇଥିଲା, କିନ୍ତୁ କେବଳ ଆଇନ ତିଆରି କରି ଏପରି ଅପରାଧକୁ ରୋକାଯାଇ ପାରିବ ନାହିଁ। ସେ କହିଛନ୍ତି,"ମହିଳା ମାନଙ୍କ ପାଇଁ ତିଆରି ଆଇନ ଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ। ମହିଳା ମାନେ ଯେଉଁଠିକୁ ଯିବେ ସେଠାରେ ସୁରକ୍ଷିତ ଅନୁଭବ କରିବା ଉଚିତ। ଏପରି କ୍ଷେତ୍ରରେ, ଉପଯୁକ୍ତ ତଦନ୍ତ, କଠୋର କାର୍ଯ୍ୟାନୁଷ୍ଠାନ, ଶୀଘ୍ର ବିଚାର ଏବଂ ଦଣ୍ଡର ଆବଶ୍ୟକତା ରହିଛି। ସେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ଏବଂ ନ୍ୟାୟିକ ବ୍ୟବସ୍ଥାର ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ଏପଟେ ବିରୋଧୀ ଦଳ ଗୁଡ଼ିକ ଏହି ଘଟଣାକୁ ୨୦୧୨ ଦିଲ୍ଲୀ ନିର୍ଭୟା ମାମଲା ସହିତ ତୁଳନା କରିଛନ୍ତି, ଯାହା ସରକାରଙ୍କ ଉପରେ ଚାପ ବୃଦ୍ଧି କରିଛି। ହିଷ୍ଟ୍ରି-ସିଟର ଦତ୍ତାତ୍ରେୟ ରାମଦାସ ଗାଡେ (୩୭)ଙ୍କୁ ଗିରଫ କରିବା ପାଇଁ ପୋଲିସ ଅନେକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ଅଭିଯୁକ୍ତର ସ୍ଥାନ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି। MSRTC ପ୍ରଶାସନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଆରମ୍ଭ କରିଛି। ପୀଡିତାଙ୍କ ବୟାନ ଆଧାରରେ, ତଦନ୍ତ ଦ୍ରୁତ ଗତିରେ ଚାଲିଛି। ଏହି ଘଟଣା ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରିବା ଏବଂ ଶୀଘ୍ର ନ୍ୟାୟ ପ୍ରଦାନ କରିବା ପାଇଁ ସରକାର ଏବଂ ପୋଲିସ ପ୍ରଶାସନ ଉପରେ ଚାପ ବଢ଼ୁଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.