PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବାଉଣ୍ଡ୍ରି ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯିବା ପରେ ଆଇସିସିକୁ ଏହି ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୭: ଭାରତର ଗୌତମ ଗମ୍ଭୀରଙ୍କ ସହିତ ପୂର୍ବତନ କ୍ରିକେଟରମାନେ ଚୌକା-ଛକା ଗଣି ବିଶ୍ବକପ ବିଜେତା ନିର୍ଦ୍ଧାରଣ କରିଥିବା ଆଇସିସିର ହାସ୍ୟସ୍ପଦ ନିୟମକୁ କଡା ସମାଲୋଚନା କରିଛନ୍ତି। ଯେଉଁ ନିୟମ କାରଣରୁ ଲର୍ଡସରେ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ହରାଇ ଦେଇଥିଲା। ଇଂଲଣ୍ଡ ମ୍ୟାଚ ସମୟରେ ୨୨ଟି ଚୌକା ଓ ଦୁଇଟି ଛକା ଲଗାଇଥିଲା। ସେଭଳି ନ୍ୟୁଜିଲାଣ୍ଡ ୧୬ଟି ଚୌକା ମାରିଥିଲା।

ଗମ୍ଭୀର ଟ୍ବିଟ୍ କରି ଲେଖିଛନ୍ତି‘ ବୁଝାପଡୁଡ଼ି ବିଶ୍ବକପ ଫାଇନାଲ ଭଳି ମ୍ୟାଚର ବିଜେତାର ନିର୍ଦ୍ଧାରଣ ଚୌକା ଛକା ଆଧାରରେ କିଭଳି ହୋଇପାରିବ। ଏହା ଏକ ହାସ୍ୟାସ୍ପଦ ନିୟମ । ଏହା ଟାଇ ହେବାର ଥିଲା। ମୁଁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦୁହିଁଙ୍କୁ ଅଭିନନ୍ଦନ ଜଣାଉଛି।

ପୂର୍ବତନ ଷ୍ଟାର କ୍ରିକେଟର ତଥା ୨୦୧୧ ବିଶ୍ବକପର ପ୍ଳେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ରହିଥିବା  ଯୁବରାଜ ସିଂ ଲେଖିଛନ୍ତି, ମୁଁ ନିୟମ ସହିତ ସହମତ ନୁହେଁ, କିନ୍ତୁ ନିୟମ ତ ନିୟମ। ଇଂଲଣ୍ଡକୁ ଶେଷରେ ବିଶ୍ବକପ ଜିତିବା ନେଇ ଅଭିନନ୍ଦନ ଜରାଉଛି। ମୁଁ ନ୍ୟୁଜିଲାଣ୍ଡ ପାଇଁ ଦୁଃଖି ଅଛି, ଯିଏକି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଚାଲିଥିଲା। ଖୁବ ସୁନ୍ଦର ଫାଇନାଲ ମ୍ୟାଚ ରହିଥିଲା।’

ନ୍ୟୁଜିଲାଣ୍ଡର ପୂର୍ବତନ ହରଫନମୌଲା ସ୍କାଟ ଷ୍ଟାୟିରସ ଲେଖିଛନ୍ତି, ସୁନ୍ଦର କାମ ଆଇସିସି, ଆପଣ ଗୋଟିଏ ଜୋକ୍।’

ଅଷ୍ଟେ୍ରଲିଆର ପୂର୍ବତନ ବ୍ୟାଟସମ୍ୟାନ ଡିନ୍ ଜୋନ୍ସ ଲେଖିଛନ୍ତି ‘ଡକଓ୍ବର୍ଥ ଲୁଇସ୍ ପ୍ରଣାଳୀରେ ରନ୍ ଓ ଓ୍ବିକେଟ ଉପରେ ନିର୍ଭର କରିଥାଏ। ଏହାପରେ ଫାଇନାଲରେ କେବଳ ଛକା-ଚୌକାର ଆଧାରରେ ଗଣାଯାଇଥିଲା। ମୋ ମତରେ ଏହା ଭୁଲ।’