ପ୍ରମୂଖ ଖବର

ବାପା ହେଲେ ପୂର୍ବତନ କ୍ରିକେଟର ଜାହିର ଖାନ, ଘରକୁ ଆସିଲେ କୁନି ଅତିଥି

Published By : Ankita S | April 16, 2025 1:23 PM

ନୂଆଦିଲ୍ଲୀ,୧୬ /୦୪: ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ୍‌ଙ୍କ ଘରକୁ ଆସିଲା ଖୁସି । ବିବାହର ୭ ବର୍ଷ ପରେ ପୁତ୍ର ସନ୍ତାନର ବାପା ହୋଇଛନ୍ତି ଜାହିର । ଅଭିନେତ୍ରୀ ପତ୍ନୀ ସାଗରିକା ଘାଟଗେ ସୋସିଆଲ ମଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ୨୦୧୭ରେ ଜାହିର ଖାନ ଓ ସାଗରିକା ଘାଟଗେ ବିବାହ କରିଥିଲେ ।

ସୋସିଆଲ ମଡିଆ ପୋଷ୍ଟରେ ଫଟୋ ସେୟାର କରି ସାଗରିକା ଲେଖିଛନ୍ତି, ଭଲ ପାଇବା, ଆର୍ଶୀବାଦ ପାଇଁ ଆମକୁ ପୁତ୍ର ସନ୍ତାର ବାପାମାଆ ହେବାର ସୌଭାଗ୍ୟ ମିଳିଛି । ଏବେଠୁ ଆମ ଜୀବନର ସୁନ୍ଦର ଯାତ୍ରା ଆରମ୍ଭ ହେଉଛି ।'' ପୁଅର ନାମ ଫତେହସିଂହ ଖାନ୍ ରଖାଯାଇଥିବା ଜଣାପଡ଼ିଛି । ସାଗରିକାଙ୍କର ଏହି ପୋଷ୍ଟ ପରେ ତାଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

୨୦୧୭ରେ 'ଚକ ଦେ ଇଣ୍ଡିଆ' ଫିଲ୍ମର ଅଭିନେତ୍ରୀ ସାଗରିକା ଘାଟଗେଙ୍କୁ ବିବାହ କରିଥିଲେ ଜାହିର ଖାନ୍ । ଚଳିତ ଆଇପିଏଲରେ ଜାହିର ଖାନ୍ ଲକ୍ଷ୍ନୌ ସୁପରଜାଏଣ୍ଟସର ମେଣ୍ଟର ଅଛନ୍ତି । ପୂର୍ବତନ ଭାରତୀୟ ପେସ୍ ବୋଲର ଆଇପିଏଲରେ ଋଷବ ପନ୍ତଙ୍କ ନେତୃତ୍ବଧୀନ ଲକ୍ଷ୍ନୌ ଟିମ୍‌କୁ ଗାଇଡ କରୁଛନ୍ତି । ଜାହିର ଖାନ୍ ତାଙ୍କ କ୍ରିକେଟ କ୍ୟାରିୟରରେ ୯୨ଟି ଟେଷ୍ଟ ମ୍ୟାଚ ଖେଳି ୧୨୩୦ ରନ କରିଥିବା ବେଳେ ୩୧୧ଟି ୱିକେଟ ନେଇଛନ୍ତି । ୨୦୦ଟି ଦିନିକିଆ ଖେଳି ୭୯୨ ରନ କରିଥିବାବେଳେ ୨୮୨ଟି ୱିକେଟ ନିଜ ନାମରେ କରିଛନ୍ତି । ସେହିପରି ୧୭ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୪୪୮ରନ କରିଥିବାବେଳେ ୧୭ଟି ୱିକେଟ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.