ଜଗତସିଂହପୁର, ୨୯।୫ ତିର୍ତୋଳ ଥାନା ଇବ୍ରିସିଂ ପଂଚାୟତର ପୂର୍ବତନ ଜିଆରଏସ ଦେବି ପ୍ରସାଦ ଦାସଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି l ନିଜ ଘର ଶିଳନ୍ଦୀ ଠାରୁ କିଛି ଦୂରରେ ଥିବା ମାଣିଉଚ୍ଚ କୁହାଯାଉଥିବା ଏକ ଜାଗାରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି l ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

ଫାର୍ମ ହାଉସରୁ ୧୮ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦ୍...